www.samajalive.in
Tuesday, December 9, 2025
15.1 C
Bhubaneswar

ଚାକିରି ନପାଇ ଟ୍ରେନ ଆଗରେ ଡେଇଁଲେ ୪ଯୁବକ:୩ମୃତ

ନୂଆଦିଲ୍ଲୀ: ବେରୋଜଗାରୀର ପରିଣାମ କେତେ ଭୟାଭୟ ଏହାର ଜ୍ୱଳନ୍ତ ଉଦାହରଣ ରାଜସ୍ଥାନରେ ଦେଖିବାକୁ ମିଳିଛି। ଚାକିରି ନପାଇ ୪ଜଣ ଯୁବକ ଚଳନ୍ତା ଟ୍ରେନ ସମ୍ମୁଖରେ ଡିଆଁ ମାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୩ଜଣ ପ୍ରାଣ ହରାଇ ଥିବାବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁବୋର ଅଲବର ସହରରେ ବୁଧବାର ୬ଜଣ ସାଙ୍ଗ ଚାକିରି ନପାଇଁ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ୬ଜଣଙ୍କ ମଧ୍ୟରୁ ୪ଜଣ ବେରୋଜଗାରୀକୁ ନେଇ ଏତେ ହତାସ ହୋଇ ପଡ଼ିଥିଲେ ଯେ, ସହରର ଏଫସିଆଇ ଗୋଦାମ ପାଶ୍ୱ ଦେଇ ଯାଇଥିବା ରେଳଧାରଣାରେ ଟ୍ରେନ ସମ୍ମୁଖକୁ ଡିଆଁ ମାରି ଦେଇଥିଲେ। ଆତ୍ମହତ୍ୟା ପାଇଁ ୬ଜଣ ଉକ୍ତ ସ୍ଥାନକୁ ଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ୨ଜଣ ଆତ୍ମହତ୍ୟା ନକରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଇତିମଧ୍ୟରେ ଅନ୍ୟ ୪ଜଣ ଟ୍ରେନ ସମ୍ମୁଖକୁ ଡିଆଁ ମାରି ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆତ୍ମହତ୍ୟା କରିଥିବା ଯୁବକଙ୍କ ମଧ୍ୟରୁ ସତ୍ୟନାରାୟଣ ମୀଣା ନାମକ ଯୁବକ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଆତ୍ମହତ୍ୟା ଘଟଣାର ଦୃଶ୍ୟକୁ ଅପଲୋଡ଼ ମଧ୍ୟ କରିଥିଲେ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଏସପି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories