www.samajalive.in
Monday, December 15, 2025
15.1 C
Bhubaneswar

ଜାଣନ୍ତୁ, କେଉଁ ଦେଶ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଜି୨୦ ଆୟୋଜନ କରିଛି?

ଡେସ୍କ: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶ ଦିଲ୍ଲୀ ଘୋଷଣାନାମା ଗ୍ରହଣ କରିବା ପରେ ଏହାକୁ ଏକ ସଫଳତା ବୋଲି ବିବେଚନା କରାଯାଉଛି। ତେବେ ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି।

ଭାରତରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଜି-୨୦ ବୈଠକରେ ପରିଣତ ହୋଇଛି, ଯେଉଁଥିରେ ଅଧିକାଂଶ ଅର୍ଥ କେନ୍ଦ୍ରୀୟ ଦିଲ୍ଲୀର ନବୀକରଣ ଏବଂ ଭାରତ ମଣ୍ଡପମ ନିର୍ମାଣରେ ଖର୍ଚ୍ଚ ହୋଇଛି। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଦିଲ୍ଲୀ ପୁଲିସ, ପିଡବ୍ଲ୍ୟୁଡି, ଏମସିଡି, ଡିଡିଏ ଏବଂ ଏନ୍ଏଚ୍ଆଇ ସମେତ ଦିଲ୍ଲୀର ବିଭିନ୍ନ ବିଭାଗକୁ ସରକାର ୪ ହଜାର କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଦିଲ୍ଲୀ ପୁଲିସକୁ ୩୪୦ କୋଟି ଟଙ୍କା ଏବଂ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଜାତୀୟ ରାଜଧାନୀରେ ରାସ୍ତା ନିର୍ମାଣ ଏବଂ ମରାମତି ପାଇଁ ୭୦୦ କୋଟି ଟଙ୍କା ଦିଆଯାଇଥିଲା। ଲେଖୀଙ୍କ ଟ୍ୱିଟ୍ ଅନୁଯାୟୀ ଅଧିକାଂଶ ପାଣ୍ଠି ଭାରତ ବ୍ୟାପାର ସମ୍ବର୍ଦ୍ଧନ ସଂଗଠନ (ITPO) ସହିତ ସଂଯୁକ୍ତ ଥିଲା, ଯାହାର ପରିମାଣ ୩ ହଜାର ୬୦୦ କୋଟିରୁ ଅଧିକ ଥିଲା। ତେବେ ଏ ସବୁ ନିର୍ମାଣ କାର୍ଯ୍ୟ କେବଳ ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ସୀମିତ ନୁହେଁ ବରଂ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ହୋଇଛି।

- Advertisement -

http://ବୁଧବାର ରାଶିଫଳ – ୧୩ ସେପ୍ଟେମ୍ବର ୨୦୨୩

ଏହା ମାଧ୍ୟମରେ ଭାରତରେ ଜି-୨୦ ସମ୍ମିଳନୀ ସର୍ବକାଳୀନ ମହଙ୍ଗା ବିଶ୍ୱସ୍ତରୀୟ ବୈଠକରେ ପରିଣତ ହୋଇଛି ଯେଉଁଥିରେ ମୋଟ ବ୍ୟୟ ୪ ହଜାର ୧୦୦ କୋଟିରୁ ଅଧିକ ହେବ। ତେବେ ‘ଦ ଇକୋନୋମିଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ ଚୀନ୍ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି। ଚାଇନାର ହାଙ୍ଗଜୋ ସହରରେ ୨୦୧୬ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ସବୁଠାରୁ ମହଙ୍ଗା ଜି-୨୦ ପାଲଟିଛି। ସେଥିରେ ଚୀନ ୧.୯ ଲକ୍ଷ କୋଟି ଖର୍ଚ୍ଚ ହୋଇଥିଲା। ୨୦୧୦ରେ ଆୟୋଜିତ ଶିଖର ସମ୍ମିଳନୀରେ କାନାଡା ୪୩୦୦ କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ ୨୦୧୪ରେ ଅଷ୍ଟ୍ରେଲିଆ ୨୬୫୩ କୋଟି ଟଙ୍କା ଖର୍ଚ୍ଚ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories