www.samajalive.in
Monday, December 8, 2025
14.1 C
Bhubaneswar

ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଓ ଲୁଟ୍‌, ମହିଳାଙ୍କ ସମେତ ୪ ଗିରଫ

ଭୁବନେଶ୍ୱର/ତମାଣ୍ଡୋ: ଅସୁସ୍ଥ ହେବାର ବାହାନା କରି ଚିକିତ୍ସା ପାଇଁ ଡାକ୍ତରଙ୍କୁ ଘରକୁ ଡାକି ଅପହରଣ କରି ଲୁଟ୍‌ପାଟ କରୁଥିବା ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିଟି ହୋମ୍‌ସରେ ରହୁଥିବା ନରଗଡ଼ାର ଇରାନୀ ପାତ୍ର, ତାଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି, ସିଜୁପୁଟ ଗ୍ରାମର ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା। ଏମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଛୁରି, ଦୁଇଟି ମୋବାଇଲ ଫୋନ୍ ଓ ଇରାନୀଙ୍କ ନାମରେ ଥିବା ୯ ଲକ୍ଷ ଟଙ୍କାର ଏକ ଚେକ୍‌ ଜବତ କରାଯାଇଛି।

http://ଜାଣନ୍ତୁ, କେଉଁ ଦେଶ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଜି୨୦ ଆୟୋଜନ କରିଛି?

- Advertisement -

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିେଯାଗକାରୀ ଡାକ୍ତର ମଧୁବନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଥିଲା ବେଳେ ଇରାନୀ ସେଠାକୁ ଚିକିତ୍ସିତ ହେବାକୁ ଯାଇଥିଲେ। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ପରିଚୟ ଥିଲା। ଚଳିତ ମାସ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ଗୁରୁତର ଅସୁସ୍ଥ ଥିବା କହି ଇରାନୀ ସମ୍ପୃକ୍ତ ଡାକ୍ତରଙ୍କୁ ସିଟି ହୋମ୍‌ସ ଭଡ଼ା ଘରକୁ ଡାକିଥିଲେ। ଡାକ୍ତର ଜଣକ ତାଙ୍କ ଘରକୁ ଆସିବା ମାତ୍ରେ ନିଶିକାନ୍ତ ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ନେଇ ଗୋଟିଏ ଘର ଭିତରେ ବନ୍ଦୀ କରି ଦେଇଥିଲେ। ସେମାନେ ଛୁରି ଦେଖାଇ ଡାକ୍ତରଙ୍କୁ ୨୫ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ମାଡ଼ ମାରିଥିଲେ। ସେମାନେ ଡାକ୍ତରଙ୍କ ଠାରୁ କାର୍ ଚାବି, ସୁନାର ବ୍ରେସ୍‌ଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ ମାମଲା କରିବେ। ଏହାପରେ ଡାକ୍ତର ଜଣଙ୍କ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଓ ତାଙ୍କ ଫୋନ୍ ପେ’ର ପାସୱାର୍ଡ କହି ଦେଇଥିଲେ। ଏହାପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ନେଇଯାଇଥିଲେ। ଫୋନ୍‌ ପେରେ ୧ଲକ୍ଷରୁ ଅଧିକ ଟଙ୍କା ପଠାଇବା ସମ୍ଭବ ନ ହେବାରୁ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ଧରି ଇନ୍‌ଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍‌ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସମ୍ପର୍କରେ ପୁଲିସ କିମ୍ବା ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ। ଏ ନେଇ ସମ୍ପୃକ୍ତ ଡାକ୍ତର ଅଭିେଯାଗ କରିବା ପରେ ତମାଣ୍ଡୋ ଥାନା ପୁଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ଆହୁରି ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଆଉ ଦୁଇଜଣଙ୍କଠାରୁ ସମାନ ଢଙ୍ଗରେ ଲୁଟ୍‌ପାଟ୍‌ କରିଥିଲେ। ତେବେ ଲୋକଲଜ୍ଜା ଭୟରେ ସେମାନେ ପୁଲିସରେ ଅଭିଯୋଗ କରି ନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories