www.samajalive.in
Monday, December 8, 2025
16.1 C
Bhubaneswar

ବାଂଶଡା-ବଳିଆରପୁର –ଗୁଆଁଶୋଳ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କେବେ?

ଧାମରା : ଧାମରା ନିକଟସ୍ଥ ବାଂଶଡା-ଗୁଆଁଶୋଳ ଗ୍ରାମ୍ୟ ଉନ୍ନୟନ ରାସ୍ତା ଯାତାୟତ ଅନୁପୋଯୋଗୀ ହୋଇ ପଡିଥିବା ବେଳେ ଏହି ରାସ୍ତା ନିର୍ମାଣ କେବେ ହେବ ସେ ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ରାସ୍ତା ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଏହି ରାସ୍ତାର ଦୈଘ୍ୟ ୫କି.ମି। ଏହି ରାସ୍ତା ଦେଇ ପଂଚୁଟିକ୍ରି, କରଣପଲ୍ଲୀ,କରଞ୍ଜମାଳ ପଂଚାୟତର ଲୋକ ଯାତାୟତ କରିଥାଆନ୍ତି।  ଏହି ରାସ୍ତା ଆଜି ଭଳି ଦିନରେ ଯାତାୟତ ପାଇଁ ସଂପୂର୍ଣ ଅନୁପୋଯୋଗୀ ହୋଇ ପଡିଛି। ଏହି ରାସ୍ତା ନିର୍ମାଣ କରିବାକୁ ୩ ପଂଚାୟତର ବାସିନ୍ଦା ବହୁଦିନ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବହୁବାର ଲିଖିତ ଭାବେ ଅବଗତ କରାଇଥିବା ବେଳେ ମଧ୍ୟ ଏହି ରାସ୍ତା ନିର୍ମାଣ ହୋଇ ପାରୁନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇପଡୁଛି। ଏହି ରାସ୍ତା ବନ୍ଦ ହେବା ଫଳରେ ୩ ପଂଚାୟତର ବାସିନ୍ଦା ୫କି.ମି ବଦଳରେ ୨୦କି.ମି ରାସ୍ତା ବୁଲାଣି ଦେଇ ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରୁଛନ୍ତି।
ଏହା ଫଳରେ ଏହି ୩ପଂଚାୟତର ଦୈନଦିନ ଯାତ୍ରା କରୁଥିବା ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେବା ସହ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ କରୁଛନ୍ତି। ବର୍ଷା ସମୟରେ ଆମ୍ବୁଲାନ୍ସ ଏବଂ ଦମକଳ ବାହିଣୀର ଗାଡି ମଧ୍ୟ ଏହି ରାସ୍ତା ଦେଇ ଯାଇ ନ ପାରିବା ଫଳରେ ବହୁ ଧନ ଜୀବନର କ୍ଷତି ହେଉଛି। ଶୀଘ୍ର ,କମ ରାସ୍ତା ଏବଂ କମ ବ୍ୟୟରେ ସାଧାରଣ ଜନତା ସେମାନଙ୍କର ବ୍ଲକ ,ତହସିଲ ଏବଂ ଜିଲ୍ଲା ସଦର ମହକୁମାକୁ ଯାତ୍ରା କରିପାରୁଥିବା ଏହି ବାଂଶଡା-ବଳିଆରପୁର-ଗୁଆଁଶୋଳ ରାସ୍ତାକୁ ଓସାରିଆ କରି ନିର୍ମାଣ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି। ଏବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଅନ୍ୟ ପକ୍ଷରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ବଦଳି ହୋଇଯାଇଥିବା ବେଳେ ନୂତନ ଭାବେ କୌଣସି ଅଧିକାରୀ କାର୍ଯ୍ୟରେ ଯୋଗ ଦେଇ ନଥିବାରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories