www.samajalive.in
Saturday, December 6, 2025
26.1 C
Bhubaneswar

ଧାମରା ଉପ ଡାକଘର କାର୍ଯ୍ୟାଳୟରେ ଲିଙ୍କ୍‌ ଫେଲ, ୫ ଦିନ ହେଲା ଫେରୁଛନ୍ତି ଗ୍ରାହକ 

ଧାମରା: ଧାମରାରେ ଥିବା ଉପ ଡାକଘର କାର୍ଯ୍ୟାଳୟରେ ଲିଙ୍କ୍‌ ଫେଲ ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ। ପ୍ରାପ୍ତ ଖବର ଅନୁଯାୟୀ ଗତ ୧୧ ତାରିଖରୁ ଧାମରା ଉପ ଡାକଘର ଅଫିସରେ ଲିଙ୍କ୍‌ ଫେଲ ହୋଇ ଯାଇଛି। ଦୀର୍ଘ ଦିନ ହେବ ଏହି ଲିଙ୍କ୍‌ ଫେଲ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଗ୍ରାହକ ମାନେ ଅଭିଯୋଗ ଆଣିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଧାମରା ଉପ ଡାକଘର ଅଧିନରେ ଦୋସିଙ୍ଗା, କଇଥଖୋଲା, କିଶୋରପ୍ରସାଦ ନରିସହପୁର ହାଟ ଏବଂ ସରସ୍ୱତୀ ବ୍ରାଂଚ ଡାକଘର ଯାଉଥିବା ବେଳେ ବାଂଶଡା, ଧାମରା, ଜାଗୁଳା, କଇଥଖୋଲା, ଦୋସିଙ୍ଗା ପଂଚାୟତବାସୀ ନିର୍ଭରଶୀଳ। ଏଥିସହ ଧାମରା ବନ୍ଦର କର୍ତୁପକ୍ଷ ମଧ୍ୟ ଧାମରା ଉପ ଡାକଘର ଅଫିସ ମଧ୍ୟରେ ନିର୍ଭରଶୀଳ। ଦୀର୍ଘ ଦିନ ହେବ ଲିଙ୍କ୍‌ ଫେଲ ଯୋଗୁ ଏହି ଉପ ଡାକଘର ଅଫିସରେ ସମସ୍ତ ବ୍ୟବସାୟିକ କାରବାର ଏକ ପ୍ରକାର ବନ୍ଦ ହୋଇ ଯାଇଛି। ତୁରନ୍ତ ଏହାର ମରାମତି କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଭଦ୍ରକ ପୋଷ୍ଟାଲ୍‌ ସୁପରିଟେଣ୍ଡେଣ୍ଟ ବିଜୟ ମହାନ୍ତି ନିଜ ପ୍ରତିକ୍ରିୟାରେ ସାରା ଓଡିଶାରେ ପୋଷ୍ଟାଲ୍‌ ବିଭାଗ ଭାରତୀୟ ସଂଚାର ନିଗମ ଅଥବା ଏୟାରଟେଲ ଉପରେ ଏହି ଲିଙ୍କ୍‌ ପାଇଁ ନିର୍ଭର କରିଥାନ୍ତି। ତେଣୁ ବିଭାଗୀୟ ଅଧିକାରୀ ଭାବେ ସେ ଏହି ଅସୁବିଧା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ଲିଙ୍କ ସଚଳ କରାଇବେ ବୋଲି ଆଶାବାଦୀ।

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories