www.samajalive.in
Saturday, December 6, 2025
15.1 C
Bhubaneswar

ଭାରତ ତିଆରି କଲା ଅତ୍ୟାଧୁନିକ ଡ୍ରୋନ, ୧୦୦୦ କିଲୋମିଟର ଯାଏ ଉଡ଼ିବ

ସମାଜ ଡିଜିଟାଲ ଡେସ୍କ: ଭାରତକୁ ମିଳିଛି ବଡ଼ ସଫଳତା। ଡ୍ରୋନ ନିର୍ମାଣ କ୍ଷେତ୍ରରେ ଭାରତ ଗୋଟିଏ ପାଦ ଆଗକୁ ବଢ଼ି ଏକ ଅତ୍ୟାଧୁନିକ ଡ୍ରୋନ ତିଆରି କରିବାରେ ସଫଳ ହୋଇଛି। ନେସନାଲ ଏରୋସ୍ପେଶ ଲାବରେଟୋରିଜ(ଏନଏଏଲ) ଦ୍ଵାରା ନିର୍ମିତ ଏହି ଡ୍ରୋନ ଏକ ସମୟରେ ୧୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ି ପାରିବ। ବର୍ତ୍ତମାନ ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାବେଳେ ଶତ୍ରୁ ରାଷ୍ଟ୍ର ପରସ୍ପରଙ୍କୁ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏଭଳି କ୍ଷେତ୍ରରେ ଭାରତର ଏହି ଡ୍ରୋନ ପଡ଼ୋଶୀ ଶତ୍ରୁ ରାଷ୍ଟ୍ରଗୁଡ଼ିକୁ ମୁକାବିଲା କରିବାରେ ଭାରତୀୟ ସେନା ପାଇଁ ବିଶେଷ ସହାୟକ ହେବ। ଏହାଦ୍ଵାରା ସେନା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି।

ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଡ୍ରୋନର ନାଁ ହେଉଛି ‘କାମିକାଜେ’। ଏହା ୩୦ରୁ ୪୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବା ବିସ୍ଫୋରକ ବହନ କରିବାର କ୍ଷମତା ରଖିଛି। ସ୍ଵଳ୍ପଦୂରତା ଅଞ୍ଚଳ ମଧ୍ୟରେ ଆକ୍ରମଣ କରିବାରେ ଏହା ସହାୟକ ହେବ। ଜିପିଏସ ବିନା ଏହା ପରିଚାଳିତ ହୋଇପାରିବ।

- Advertisement -

ପୂର୍ବରୁ ଆତଙ୍କବାଦୀ ନିରୋଧୀ କାର୍ଯ୍ୟକାଳପ କ୍ଷେତ୍ରରେ ସେନା ପକ୍ଷରୁ ହୋଭର ବି ଡ୍ରୋନ ବ୍ୟବହାର କରାଯାଉଥିଲା। ଏହି ଡ୍ରୋନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ନବନିର୍ମିତ ଡ୍ରୋନ ତୁଳନାରେ କମ୍‌।

କାମିକାଜେ ଡ୍ରୋନ ନିର୍ମାଣର ନେତୃତ୍ଵ ନେଇଥିବା ଏନଏଏଲ ନିର୍ଦେଶକ ଅଭୟ ପାଶିଲକର କହିଛନ୍ତି, ଏହି ଡ୍ରୋନ ସ୍ଵଳ୍ପ ଖର୍ଚ୍ଚରେ ନିର୍ମିତ। ଏହା ଅତ୍ୟନ୍ତ ପ୍ରଭାବଶାଳୀ। ଏଥିରେ ୩୦ ଏଚପି ଓ୍ବାନକେଲ ଇଞ୍ଜିନ ଖଞ୍ଜା ଯାଇଛି। ଏହା ୧୦୦ରୁ ୧୨୦ କିଲୋଗ୍ରାମ ଓଜନର ସାମଗ୍ରୀ ପରିବହନ କରିପାରିବ, ଯେଉଁଥିରେ ୩୦ରୁ ୪୦ ଗ୍ରାମ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories