www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାମରାରେ ରିଲିଫ ବଣ୍ଟନ

ଧାମରା: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଂଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଧାମରା ଅଂଚଳ ଗସ୍ତ କରିଥିଲେ। ଧାମରାରେ ବାତ୍ୟା ‘ଦାନା’ ସ୍ଥଳଭାଗ ସ୍ପର୍ଶ କରିଥିଲା। ଧାମରାରେ ବାତ୍ୟା ପୀଡ଼ିତଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରା ଯାଇଥିଲା। ବାତ୍ୟା ପୀଡ଼ିତମାନଙ୍କ ପାଇଁ କ୍ଷତି ପୂରଣ ଦେବା ପାଇଁ ସରକାର ପ୍ରକିୟା ଆରମ୍ଭ କରନ୍ତୁ ବୋଲି ଦାବୀ କରାଯାଇଛି। ଚାଷୀମାନଙ୍କର ବିପୁଳ କ୍ଷତି ହୋଇଥିବା ବେଳେ ସେମାନଙ୍କ ପାଇଁ ସରକାର ହେକ୍ଟର ପିଛା ୨୦ହଜାର ଟଙ୍କା ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଛନ୍ତି। ବାତ୍ୟା ଅଂଚଳରୁ କୃଷି ଋଣ ସମ୍ପୂର୍ଣ ଛାଡ଼ କରାଯିବା ସହ ଯେଉଁମାନଙ୍କର ଘର ନଷ୍ଟ ହୋଇଯାଇଛି ସେମାନଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇଦେବାକୁ ପ୍ରଦେଶ ଯୁବ କଂଗ୍ରେସ ଦାବୀ କରିଛି। ବାତ୍ୟା ପ୍ରଭାବିତ ଅଂଚଳ ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଏବଂ କଲେଜରେ ଫି ମଧ୍ୟ ଛାଡ଼ କରାଯାଉ ବୋଲି ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ୟାଶୀର ନାୱାଜ, ମନୋଜ ବିଶ୍ୱାଳ, ସୁଦିପ ସାମଲ, ଅଜୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ତୁଷାରକାନ୍ତ, ଅଭିଜିତ ଜେନା, ସ୍ୱାଗତ କର, ମହମଦ ପରବେଜ, ସଂକୁନା କହଁର, ବଳରାମ ନନ୍ଦ, ଆଶିଷ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories