www.samajalive.in
Saturday, December 6, 2025
15.1 C
Bhubaneswar

ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ହେବ ପୁନଃସ୍ଥାପିତ

କଟକ: ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ୬ ଦିନ ମଧ୍ୟରେ ଖାନନଗର ପାର୍କରେ ପୁନଃସ୍ଥାପିତ ହେବ। ବିକାଶ ଭବନରେ ଦୀର୍ଘ ଦେଢ଼ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି। ବିଭିନ୍ନ ଦିଗରୁ ସ୍ୱର ଉତ୍ତୋଳନ ପରେ ଏହି ବିବାଦ ଉପରେ ପଡିଛି ପୂର୍ଣଛେଦ। ଆସନ୍ତା ନଭେମ୍ବର ୨ ତାରିଖରେ ଭିକାରୀ ବଳଙ୍କ ତିରୋଧନ ଦିବସରେ ପ୍ରତିମୂର୍ତ୍ତି ଲୋକାର୍ପିତ ହେବା ନେଇ ସ୍ପଷ୍ଟ କରିଛନ୍ତି ସିଏମସି ମେୟର ସୁବାସ ସିଂ ।

ଆଜି ସିଏମସିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବରୁ ଯେଉଁଟି ପ୍ରତିମୂର୍ତ୍ତି ରହିଥିଲା ସେହି ସ୍ଥାନର ସମୀକ୍ଷା କରିଥିଲେ। ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କରେ ଅବସ୍ଥାପିତ ହୋଇଥିଲା। ନେତାଜୀ ବସ୍ ଟର୍ମିନାଲର ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର‌୍ୟ୍ୟ ହେବା ପରେ ସଂପୃକ୍ତ ପାର୍କ ଉଚ୍ଛେଦ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ରାସ୍ତାକାମ ଚାଲିଥିବାରୁ ଦୀର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃସ୍ଥାପିତ ହୋଇ ପାରିନଥିଲା। ଆଜି ଜାଗା ଚିହ୍ନଟ ହେବା ପରେ ଆସନ୍ତାକାଲିଠୁ କାମ ଆରମ୍ଭ ହେବ। ଏହାଛଡା ଚଳିତ ମାସରେ କଟକ ମହାନଗର ନିଗମ ପକ୍ଷରୁ ୮୯ ଲକ୍ଷ ଟଙ୍କାର ଏକ ଟେଣ୍ଡର ପ୍ରକ୍ରିୟା କରାଯାଇ ପାର୍କଟିକୁ ପୁନଃ ବ୍ୟବସ୍ଥିତ ଓ ସମ୍ପ୍ରସାରଣ ହେବାର ଯୋଜନା କରାଯାଇଅଛି । ଏଥିପାଇଁ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପିତ ହେବାରେ ବିଳମ୍ବ ହେଉଥିଲା । କିନ୍ତୁ ନୂଆ ପାର୍କ ନିର୍ମାଣ ସହ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି ମଧ୍ୟ ଲୋକାର୍ପିତ କରାଯିବ। ନଭେମ୍ବର ୨ତାରିଖ ଭିକାରୀ ବଳଙ୍କ ପୁଣ୍ୟତିଥିରେ ଅତିଥିମାନେ ମାଲ୍ୟାର୍ପଣ କରିବାର ସୁଯୋଗ ପାଇପାରିବେ ବୋଲି ଭିକାରୀ ବଳ ସ୍ମୃତି କମିଟି ସମ୍ପାଦକ ସୁନାକର ରାଉତ କହିଛନ୍ତି ।

ଦେଖନ୍ତୁ ଭିଡିଓ; ନିଜ ଛୁଆକୁ ଭୁଲ୍‌ରେ ପାଣିରେ ପକାଇଦେବା ପରେ ଏମିତି କଲା ସିଂହୀ..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories