bjd gruha runa

ମୌଳିକ ସୁବିଧାରୁ ବଞ୍ଚିତ ହରିଚନ୍ଦନପୁର ବାସୀ

BJD Bijuli 480×75 Mob

ଧାମରା : ରାଜ୍ୟ ସରକାର ସମସ୍ତ ଅଂଚଳରେ ମୌଳିକ ସୁବିଧା ଦେଇ ଆସୁଛନ୍ତି ଏବଂ ଏହି ମୌଳିକ ସୁବିଧାରୁ ଆଜି ପର୍ଯ୍ୟନ୍ତ କେହି ବଞ୍ଚିତ ହୋଇ ନାହାନ୍ତି ବୋଲି କହୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଂଶଡା ଥାନା ଅର୍ନ୍ତଗତ ଗୋପିନାଥପୁର ପଂଚାୟତ ହରିଚନ୍ଦପୁର ଗ୍ରାମରେ। ଏହି ଗ୍ରାମରେ ଥିବା ନାଥ ସାହି ଯାହାକି ୯ନଂ ୱାର୍ଡ ଭାବେ ଜଣାଶୁଣା। ଏହି ୱାର୍ଡରେ ଜନସଂଖ୍ୟା ୬ ଶହ ହୋଇଥିବା ବେଲେ ଆଜି ପର୍ଯ୍ୟନ୍ତ ଦୀର୍ଘ ୨ବର୍ଷ ହେବ ଏହି ଅଂଚଳବାସୀ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ ହୋଇଛି।
ଏହି ଅଂଚଳ ପାଇଁ ଆଜି ଭଳି ଦିନରେ ରାସ୍ତା ଏବଂ ପାନୀୟ ଜଳ ସାତ ସପନ ହୋଇ ପଡିଛି। ଏହି ୯ନଂ ୱାର୍ଡର ଶତାଧିକ ପରିବାର ଆଜି ଭଳି ଗରମ ଦିନରେ ପିଇବା ପାଣି ଟିକକ ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରି ଆସୁଥିବା ବେଳେ ସେହି ନଳକୂପଟି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ପାରୁ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି। ବସୁଧା ଯୋଜନା ମଧ୍ୟ ଏମାନଙ୍କ ପାଇଁ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବସୁଧା ଯୋଜନାରେ ସମସ୍ତ ପରିବାରକୁ ସାମିଲ କରାଯିବ ବୋଲି ବିଭାଗୀୟ ଅଧିକାରୀ ତଥା ରାଜ୍ୟ ସରକାର କହୁଥିବା ବେଳେ ଆଜି ପର୍ଯ୍ୟନ୍ତ ବସୁଧା ଯୋଜନା କାର୍ଯ୍ୟକ୍ଷମ ହେବା ତ ଦୂରର କଥା ସମସ୍ତ ଘରକୁ ପାଣି ପାଇପ ଯୋଗାଇବା ସମ୍ଭବ ହୋଇ ପାରିନାହିଁ ଏବଂ କିଛି ଘରକୁ କେବଳ ପାଇପ ଯୋଗାଇ ଦିଆଯାଇଥିବା ବେଳେ ପାଣି ଯୋଗାଣ ପୂର୍ବରୁ ଏହି ପାଇପ ଗୁଡିକ ସଂପୂର୍ଣ ନଷ୍ଟ ମଧ୍ୟ ହୋଇ ଯାଇଛି। ଏହି ୱାର୍ଡରେ ଥିବା ରାସ୍ତା ଦୀର୍ଘ ଦିନ ଧରି ନଷ୍ଟ ହୋଇ ଯାଇଥିବାରୁ ଟିକିଏ ବର୍ଷାରେ ଏହି ରାସ୍ତାରେ ପାଣି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ନିଷ୍କାସନ ପାଇଁ ନାଳ ନଥିବାରୁ ନାଳ ନର୍ଦମା ପାଣି ଆସି ସାଧାରଣ ଜନତାଙ୍କ ଘରେ ଲହଡି ଭାଙ୍ଗୁଛି। ସଂପୃକ୍ତ ଗ୍ରାମର ଗ୍ରାମବାସୀ ଏହି ବାବଦରେ ବହୁ ବାର ଚାନ୍ଦବାଲି ବିଡିଓ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରୁନାହିଁ କି ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ଫଳରେ ଆଗାମୀ ନିର୍ବାଚନକୁ ଏହି ଗ୍ରାମବାସୀ ମାନେ ବିରୋଧ କରିବା ସହ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହୁଥିବା ଜନତା ଭୋଟ ବର୍ଜନ କରିବାକୁ ନିଷ୍ପତି ମଧ୍ୟ ନେଇଛନ୍ତି। ଏ ନେଇ ସେହି ଗ୍ରାମର ରମେଶ ସାହୁ, ଘୁଣ୍ଡୁରା ସାହୁ, ମୂଳିଆ ସାହୁ, ଉପ ସାହୁ, ଧନେଶ୍ୱର ନାଥ, ବିମ୍ବାଧର ନାଥ, ରବିନ୍ଦ୍ର ନାଥ ପ୍ରମୁଖ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ଚାନ୍ଦବାଲି ବିଡିଓ ଏ ନେଇ ସେ ତଦାରଖ କରିବା ସହ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ।

Comments are closed.