www.samajalive.in
Saturday, December 6, 2025
26.1 C
Bhubaneswar

ଗଣିତରେ ୨୦୦ରୁ ୨୧୨ ନମ୍ବର, ରିପୋର୍ଟ କାର୍ଡ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ପରୀକ୍ଷା ଫଳାଫଳ ଏବେ ଭାଇରାଲ ହେଉଛି । ଏହି ଫଳ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କର ବୋଲି ଜଣାପଡିଛି । ରିପୋର୍ଟ କାର୍ଡରେ ସମୁଦାୟ ୬ଟି ବିଷୟରେ ନମ୍ବର ନଜର ଆସୁଛି । କିନ୍ତୁ ୨ଟି ବିଷୟରେ ଯେଉଁ ନମ୍ବର ଦିଆଯାଇଛି ତାକୁ ଦେଖି ସମସ୍ତେ ତାଜୁବ ହେଉଛନ୍ତି ।

ଗୁଜରାତର ଦାହୋଦ ଜିଲାର ଖରସାନା ଗାଁରେ ରହୁଥିବା ବଂଶୀବେନ ମନିଷଭାଇ କଟାରା ସ୍ଥାନୀୟ ପ୍ରାଇମେରୀ ସ୍କୁଲରେ ପଢନ୍ତି । ନିକଟରେ ସ୍କୁଲର ଫଳ ଘୋଷଣା କରାଯାଇଥିଲା । ଏଥିରେ ଗୁଜରାତୀ, ଗଣିତ, ପରିବେଶ, ହିନ୍ଦୀ, ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶର ନମ୍ବର ଥିଲା । ଛାତ୍ରୀ ୯୩.୪୦ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ଏପରିକି ୨ଟି ବିଷୟରେ ସେ ସର୍ବାଧିକ ନମ୍ବରଠୁ ମଧ୍ୟ ଅଧିକ ରଖିଛନ୍ତି।

କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ସର୍ଚ୍ଚ ଅପରେସନ୍ ଜାରି

- Advertisement -

ବଂଶୀବେନଙ୍କୁ ଗୁଜରାତୀରେ ୨୦୦ ନମ୍ବରରୁ ୨୧୧ ନମ୍ବର ମିଳିଛି । ସେହିଭଳି ଗଣିତରେ ସେ ୨୦୦ରୁ ୨୧୨ନମ୍ବର ରଖିଛନ୍ତି । ସେ ସମୁଦାୟ ୧୦୦୦ରୁ ୯୬୫ ନମ୍ବର ରଖିଛନ୍ତି । ପରୀକ୍ଷା ଫଳ ଆସିବା ପରେ ବଂଶୀବେନ ଖୁସି ହୋଇ ଏହି ରିପୋର୍ଟ କାର୍ଡ ଘରେ ଦେଖାଇଲେ । କିନ୍ତୁ ପରେ ଏହା ସାରା ଗାଁରେ ଖେଳିଗଲା । ଏହା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହା ଭାଇରାଲ ହୋଇଗଲା । ଏହା ପରେ ତାଙ୍କ ପରିବାର ଲୋକେ ସ୍କୁଲର ପ୍ରିନ୍ସପାଲଙ୍କ ସହିତ ସାକ୍ଷାତ କଲେ । ଏ ସମ୍ପର୍କରେ ଆଲୋଚନା ପରେ ତ୍ରୁଟି ସାମ୍ନାକୁ ଆସିଥିଲା । ସ୍କୁଲର ଅବହେଳା ଯୋଗୁଁ ଏମିତି ହୋଇଛି ।  ତେବେ ଏନେଇ ସୂଚନା ମିଳିବା ପରେ ଜିଲା ଶିକ୍ଷା ଅଧିକାରୀ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories