www.samajalive.in
Sunday, December 14, 2025
17.1 C
Bhubaneswar

ଏହି ଲକ୍ଷଣ ମହିଳାଙ୍କୁ କରିଥାଏ ଭାଗ୍ୟଶାଳୀ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ । ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ । ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ । ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣାଯାଇଥାଏ । ଜାଣନ୍ତୁ, କେଉଁ ଶାରିରୀକ ଲକ୍ଷଣ ଦେଖି କନ୍ୟା ମାନଙ୍କର ଆଚାରବ୍ୟବହାର ଓ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ ।

ଯେଉଁ ମାନଙ୍କର ଆଖି ବଡ଼ –
ଏପରି କୁହାଯାଏ ଯେ, ଯେଉଁମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି । ଏହିପ୍ରକାରର ମହିଳାମାନେ ନିଜ ଆଖପାଖର ଅଞ୍ଚଳ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି ।

- Advertisement -

ପୃଥିବୀ ଓ ଚନ୍ଦ୍ରର ଚମତ୍କାର ଫଟୋ ଉଠାଇଲା ‘ଆଦିତ୍ୟ-ଏଲ୧’

ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ । ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ ।

ଏପରି କେତେକ ମହିଳା ଅଛନ୍ତି, ଯେଉଁମାନଙ୍କ ନାକରେ କଳାଜାଇ ଥାଏ । ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି । ଏହି ଚିହ୍ନ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ । ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ ଅଟେ ।

ଏପରି କୁହାଯାଏ ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ପତିବ୍ରତା ଅଟନ୍ତି ।
ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ, ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ ହୋଇଯାଏ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories