www.samajalive.in
Thursday, December 11, 2025
15.1 C
Bhubaneswar

୧୬ରେ କଟକ ନେତାଜୀ ବସ୍‌‌ ଟର୍ମିନାଲ ଉଦ୍‌ଘାଟନ

କଟକ : କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌‌, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପାଠାଗାର, ସିଲଭର ସିଟି ବୋଟିଂ କ୍ଲବ୍‌‌, ତାଳଦଣ୍ଡା ଫୁଡକୋର୍ଟ, କ୍ଲକ୍‌‌ ଟାୱାର, ଛତ୍ରବଜାର ଅର୍ବାନ ହାଟ, ତାଳଦଣ୍ଡା ଉଭୟ ପାର୍ଶ୍ବ ରାସ୍ତା, ରାସ୍ତା ନିକଟ ସୌନ୍ଦର୍ଯ୍ୟକରଣ, ଗରିବ ଓ ସ୍ୱଳ୍ପ ରୋଜଗାରକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ନରଣପୁରସ୍ଥିତ ଆବାସିକ ଗୃହ, ଜାତୀୟ ରାଜପଥରୁ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଟିକିଆ ରାସ୍ତା, ବାରବାଟୀ ସଂଗ୍ରହାଳୟ, ପୁରୁଣା ଜେଲ ପରିସରରେ ନେତାଜୀ ସୁଭାଷ ପାର୍କ ଓ ବିଶ୍ୱନାଥ ପଣ୍ଡିତ ପାଠାଗାରର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
ସିଏନବିଟିକୁ କାର୍ଯ୍ୟକ୍ଷମ ସକାଶେ ପରୀକ୍ଷାମୂଳକ(ଟ୍ରାଏଲ୍‌‌ ରନ୍‌‌)ଭାବେ ୧୧ ତାରିଖରୁ ଗାଡି ଚଳାଚଳ ପାଇଁ ୨୯ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ପୁରୀ, ଅନୁଗୋଳ, ସମ୍ବଲପୁର ଓ ରାଉରକେଲାକୁ ଏଠାରୁ ବସ ଚଳାଚଳ କରିବ ବୋଲି ସ୍ଥିର ହୋଇଥିଲା। ସହରରେ ମୋ ବସ୍‌‌ କେଉଁ ରୁଟ୍‌‌ରେ ଚଳାଚଳ କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେୟର ସୁବାସ ସିଂହ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଉପାଧ୍ୟକ୍ଷ ତଥା ନିଗମ ଆୟୁକ୍ତ ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ଟ୍ରାଫିକ ଡିସିପି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇ ପ୍ରଭାସ ମାଝି, ଟିପିସିଓଡିଏଲ ଜେନେରାଲ ମ୍ୟାନେଜର, ସଞ୍ଜୟ ମହାନ୍ତି, ସିଏମସିର ଡେପୁଟି କମିଶନର ଅଜୟ ମହାନ୍ତି, ଡେପୁଟି କମିଶନର ଶ୍ୱେତପଦ୍ମା ଡି. ଶତପଥୀ, ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories