www.samajalive.in
Monday, December 15, 2025
14.1 C
Bhubaneswar

ପୃଥିବୀ ଓ ଚନ୍ଦ୍ରର ଚମତ୍କାର ଫଟୋ ଉଠାଇଲା ‘ଆଦିତ୍ୟ-ଏଲ୧’

ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ୍ ‘ଆଦିତ୍ୟ-ଏଲ୧’ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇସ୍ରୋ ଏହାର କ୍ୟାମେରା ବ୍ୟବହାର ଆରମ୍ଭ କରିଦେଇଛି। ସେପ୍ଟେମ୍ବର ୪ ରେ ଇସ୍ରୋ ‘ଆଦିତ୍ୟ-ଏଲ୧’ ଦ୍ବାରା ପୃଥିବୀ ଏବଂ ଚନ୍ଦ୍ରର ଦୁଇଟି ସୁନ୍ଦର ଚିତ୍ର ଉତ୍ତୋଳନ କରିଛି। ଗୁରୁବାର ଇସ୍ରୋ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି। ଇସ୍ରୋ ଏକ୍ସ(ଟ୍ବିଟର)ରେ କରିଥିବା ନିଜ ପୋଷ୍ଟରେ ଆଦିତ୍ୟ ଏଲ-୧କୁ ତୀକ୍ଷ୍ଣ ନଜର ରଖିବାବାଲା ବୋଲି କହିଛି। କେବଳ ଏତିକି ନୁହେଁ ‘ଆଦିତ୍ୟ-ଏଲ୧’ ନିଜର ଏକ ସେଲ୍ଫି ମଧ୍ୟ ନେଇଛି।


ଭିଡିଓରେ ଇସ୍ରୋ ଏହି ସେଲ୍ଫିକୁ ମଧ୍ୟ ପୋଷ୍ଟ କରିଛି, ଯେଉଁଥିରେ ‘ଆଦିତ୍ୟ-ଏଲ୧’ର ଭେଲ୍କ ଓ ସୁଟ୍‌ ଦେଖିବାକୁ ମିଳିଛି। ଦେଶର ପ୍ରଥମ ସୌରଯାନ ଅଦିତ୍ୟ-ଏଲ୍‌୧ ଏବେ ପୃଥିବୀର ୧.୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ଯାନଟି ତା’ର ଲାଗ୍ରାଙ୍ଗିଆନ୍ ପଏଣ୍ଟ(ଏଲ୍‌୧)କୁ ଯିବାବେଳେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇଛି।

- Advertisement -

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତ୍‌କ୍ଷେପଣ ହୋଇଥିଲା ‘ଆଦିତ୍ୟ ଏଲ୍‌-୧’। ୧୨୫ ଦିନ ପରେ ଆଦିତ୍ୟ- ଏଲ୍‌୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories