www.samajalive.in
Saturday, December 6, 2025
23.1 C
Bhubaneswar

ଖଟ ବକ୍ସରେ ଏସବୁ ରଖିବା ଅଶୁଭ ; ଅନିଦ୍ରା ସହ ହୁଏ ଧନହାନୀ

ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ଏହାର ବ୍ୟବହାର ଓ ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ରୋଷେଇ ଘର, ଶୟନ କକ୍ଷ, ପୂଜା ଘର, ଗାଧୁଆ ଘର ଆଦି ବିଷୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ଶୟନ କକ୍ଷରେ ସଠିକ୍‌‌ ଦିଗକୁ ମୁଣ୍ଡ କରି ଶୋଇବା ପରେ ମଧ୍ୟ ଖଟ ତଳେ ଏପରି କେତେକ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିବା ସହ ଜୀବନରେ ଅଶାନ୍ତି ଲାଗି ରହେ। ଅସଫଳତା ମିଳିବା ସହ ଅନେକ ରୋଗ ଲାଗି ରହିଥାଏ। ଜାଣନ୍ତୁ..
ଅନେକ ଲୋକେ ସୁରକ୍ଷା ଦୃଷ୍ଟିରୁ ସୁନାଗହଣା ଆଦିକୁ ଖଟ ଭିତରେ ଥିବା ବକ୍ସ ମଧ୍ୟରେ ରଖିଥାଆନ୍ତି। ମାତ୍ର ଏଭଳି କରିବା ଆଦୌ ଉଚିତ୍‌‌ ନୁହେଁ। ସୁନାର ସମ୍ବନ୍ଧ ଭଗବାନ ବିଷ୍ଣୁଙ୍କ ସହ ରହିଛି। ଏହା ସମୃଦ୍ଧିର ପ୍ରତୀକ। ତେଣୁ ଏହାକୁ ଖଟ ବକ୍ସ ମଧ୍ୟରେ ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ। ଫଳରେ ଆର୍ଥିକ ସମସ୍ୟା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଜୋତା ଚପଲ ଆଦୌ ରଖନ୍ତୁ ନାହିଁ। ଶୟନ କକ୍ଷରେ ବ୍ୟବହାର କରୁଥିବା ଚପଲ ମଧ୍ୟ ଖଟର ଏକଦମ୍‌‌ ନିକଟରେ ରଖନ୍ତୁ ନାହିଁ। ଯେଉଁଆଡକୁ ମୁଣ୍ଡ ଦେଇ ଶୋଉଛନ୍ତି, ସେଠାରେ ମଧ୍ୟ ରଖନ୍ତୁ ନାହିଁ। ନୂଆ ଜୋତା ଚପଲକୁ ମଧ୍ୟ ଖଟ ବକ୍ସ ମଧ୍ୟରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡିବା ସହ ରୋଗ ଲାଗି ରହିଥାଏ। ଅଭାବ ମଧ୍ୟ ଲାଗି ରହିଥାଏ। ଅନିଦ୍ରା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ବାସନ କିମ୍ବା ନୂତନ ବାସନକୁ ଖଟ ବକ୍ସ ମଧ୍ୟରେ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ସେହିପରି ଷ୍ଟିଲ୍‌‌ ବାସନ ଗୁଡିକର ସମ୍ବନ୍ଧ ଶନି ଗ୍ରହ, ପ୍ଲାଷ୍ଟିକ କିମ୍ବା କାଚ ପାତ୍ରର ସମ୍ବନ୍ଧ ରାହୁ ଗ୍ରହ ସହ ଜଡିତ। ଏସବୁ ଜିନିଷ ଖଟ ବକ୍ସ ମଧ୍ୟରେ ରଖିବା ଦ୍ୱାରା ଅନିଦ୍ରା ସମସ୍ୟା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ। ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହ ଆର୍ଥିକ ସମସ୍ୟା ଲାଗି ରହେ।
ଖଟର ବକ୍ସ ମଧ୍ୟରେ ଟଙ୍କା ପଇସା ମଧ୍ୟ ରଖନ୍ତୁ ନାହିଁ। ଏହା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହ ଟଙ୍କାପଇସାର ଅଭାବ ଲାଗି ରହିଥାଏ।
ଅଇଁଠା ବାସନକୁ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories