www.samajalive.in
Saturday, December 6, 2025
14.1 C
Bhubaneswar

ପରିବାର ସହ ଏକାଠି ଭୋଜନ କଲେ ଦୂର ହୁଏ ମାନସିକ ଦୁଃଶ୍ଚିନ୍ତା

ବର୍ତ୍ତମାନ ସମୟରେ ଅନେକ ଲୋକେ ମାନସିକ ଦୁଃଶ୍ଚିନ୍ତାର ଶିକାର ହେଉଛନ୍ତି। ଏହା ପଛରେ ଅନେକ କାରଣ ରହିଛି। କାମର ପ୍ରଭାବ,ଆର୍ଥିକ ସମସ୍ୟା, ପରିବାର ମଧ୍ୟରେ ସମସ୍ୟା ଆଦି କାରଣରୁ ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ। ତେବେ ଏଭଳି କେତେକ ସରଳ ଉପାୟ ରହିଛି,ଯାହାକୁ ଆପଣାଇବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍‌‌ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ପରିବାର ସଦସ୍ୟଙ୍କ ସହ ଏକାଠି ବସି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ସମସ୍ୟା ଦୂର ହୋଇଥାଏ।
ପରିବାର ସହ ଏକାଠି ବସି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର କରି ହୋଇଥାଏ।
ଅଧ୍ୟୟନ ଅନୁଯାୟୀ, ୯୧ ପ୍ରତିଶତ ବାପା-ମାଆଙ୍କ କହିବା କଥା ପରିବାର ସହ ଏକାଠି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଅନେକ ମାତ୍ରାରେ କମ୍‌‌ ହୋଇଥାଏ। ୮୪ ପ୍ରତିଶତଙ୍କ କହିବାନୁଯାୟୀ, ମାନସିକ ଦୁଃଶ୍ଚିନ୍ତାରୁ ରକ୍ଷା ପାଇବା ପାଇଁ ନିୟମିତ ପରିବାର ସଦସ୍ୟଙ୍କ ସହ ବସି ଭୋଜନ କରିବା ଉଚିତ୍‌‌।
ବର୍ତ୍ତମାନ ସମୟରେ ଅଧିକାଂଶ କାମର ପ୍ରଭାବ କାରଣରୁ ନିଜ ପରିବାର ଠାରୁ ଦୂରେଇ ରହୁଛନ୍ତି। ଫଳରେ ଲୋକେ ଏକୁଟିଆପଣର ଶିକାର ହେଉଛନ୍ତି। ଏହା ଧିରେ ଧିରେ ମାନସିକ ଦୁଃଶ୍ଚିନ୍ତାରେ ପରିଣତ ହୋଇଥାଏ। ତେଣୁ ଯଥାସମ୍ଭବ ନିଜ ପରିବାରକୁ ସମୟ ଦେବାକୁ ଚେଷ୍ଟା କରିବା ଉଚିତ। ଏହାସହ ଯେଉଁ ସମୟରେ ଘରେ ରହୁଛନ୍ତି, ପରିବାର ସହ ଏକାଠି ବସି ଭୋଜନ କରିବା ଉଚିତ।
କେତେକ ସମୟରେ ସାଙ୍ଗସାଥୀ, ପରିବାର ଓ ପଡୋଶୀ ମାନଙ୍କ ସହ ବସି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍‌‌ ହୋଇଥାଏ। ୬୭ ପ୍ରତିଶତଙ୍କ କହିବାନୁଯାୟୀ, ଏକାଠି ଭୋଜନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଏକତା ରହିଥାଏ।
ଅଧିକ ସମୟ ପର୍ଯ୍ୟନ୍ତ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଲେ, ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ରୋଗର ହେବାର ଅଧିକ ସମ୍ଭାବନା ରହିଥାଏ। ମାନସିକ ଦୁଃଶ୍ଚିନ୍ତାର ସ୍ତର ବୃଦ୍ଧି ଦ୍ୱାରା ହୃଦୟ ଜନିତ ରୋଗର ହେବାର ପ୍ରମୁଖ କାରଣ। ପରିବାର ସହ ଭୋଜନ କରିବା ଦ୍ୱାରା ଭୋଜନରେ ଶାନ୍ତି ସହ ଅନେକ ଲାଭ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories