www.samajalive.in
Saturday, December 6, 2025
14.1 C
Bhubaneswar

ଠିକାଦାରଙ୍କୁ ମିଳିଲାନି ବିଲ୍; ସ୍କୁଲ ଫାଟକରେ ଠୁଙ୍କିଲେ ତାଲା

ଫୁଲବାଣୀ: ୫-ଟି ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ପକାରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ମିଳିଲାନି ବିଲ୍। ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍ ପାଇଁ ନେହୁରା ହୋଇଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ବାହାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଦୁଇ ଜଣ ଠିକାଦାର ମିଳିତ ଭାବେ ପକାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିଥିଲେ। କାମ ସରିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ୍ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଏନେଇ ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଦାୟିତ୍ୱରେ ଥିବା ଯନ୍ତ୍ରୀ ମଧ୍ୟ ଧରା ଛୁଆଁ ଦେଉନାହାନ୍ତି। ସବୁ ସ୍ତରରେ ବିଫଳ ପରେ ଗୁରୁବାର ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ବାଧ୍ୟ ହୋଇ ପିଲାଙ୍କୁ ବାହାରେ ବସାଇ ପାଠ ପଢାଇଥିଲେ ଶିକ୍ଷକ। ଟଙ୍କା ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଉଭୟ ଠିକାଦାର ଜିଦ୍ ଧରିବା ସହ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ତବେ କେବଳ ଏହି ବିଦ୍ୟାଳୟ ନୁହେଁ, ଜିଲ୍ଲାର ଏପରି ଅନେକ ବିଦ୍ୟାଳୟର କାମ ସରିଥିଲେ ମଧ୍ୟ ଠିକାଦାରମାନଙ୍କୁ ବିଲ୍ ମିଳି ନ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଠିକାଦାରମାନଙ୍କ ରୋଷର ଶିକାର ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ଏବଂ ଅଭିଭାବକମାନେ ମତ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories