www.samajalive.in
Monday, December 15, 2025
27.1 C
Bhubaneswar

ଏସଏସବି ଅଧ୍ୟାପକଙ୍କ ପ୍ରତୀକ ଧାରଣା

ଆଠଗଡ଼: ରାଜ୍ୟରେ କାର୍ଯ୍ୟରତ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଉଦାସୀନ ରହୁଥିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଲେଣି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ସ୍ୱରୂପ କାର୍ଯ୍ୟରତ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗୁରୁଦିବସଠାରୁ କଳାବ୍ୟାଜ ପରିଧାନ କରି ସ୍ୱଭାବିକ କାର୍ଯ୍ୟ କରୁଛନ୍ତି। ଗୋପବନ୍ଧୁ ବିଜ୍ଞାନ କଲେଜରେ କାର୍ଯ୍ୟରତ ସମସ୍ତ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକା ଆଦି କଳାବ୍ୟାଜ ପରିଧାନ କରି କଲେଜ ପରିସରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ। ସରକାରଙ୍କର ୫-ଟି ବିଭାଗ ଉଚ୍ଚଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରୁଥିବାବେଳେ ଅଧ୍ୟାପକଙ୍କର ସମାନ କାମକୁ ସମାନ ଦରମା ଦେବା ଲାଗି ଅନୁଦାନ ପ୍ରାପ୍ତ ୪୮୮ବର୍ଗ ମହାବିଦ୍ୟଳୟ ଗୁଡିକରେ ଅଧ୍ୟାପନାରତ ଅଧ୍ୟାପକମାନେ ଦାବି କରୁଛନ୍ତି। ଏସଏସବି ଦ୍ୱାରା ସ୍ୱଚ୍ଛ ପରୀକ୍ଷା ନୀତିରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଏହି ଅଧ୍ୟାପକମାନେ ସମାନ କାମ ସମାନ ଦରମାରୁ ବଞ୍ଚିତ ହୋଇଛନ୍ତି। ସରକାରୀ କଲେଜ ଗୁଡିକରେ ସମାନ କାମ କରୁଥିବା ଅଧ୍ୟାପକମାନେ ୫୪୦୦ଟଙ୍କା ଗ୍ରେଡ ପେ ପାଉଥିବାବେଳେ ଏସଏସବି ଅଧ୍ୟାପକ ୪୬୦୦ଟଙ୍କା ଗ୍ରେଡ ପେ ରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତେଣୁ ‘ଓସଲା’ ପକ୍ଷରୁ ଦାବି ପୂରଣ ନହେବା ଯୋଗୁଁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପ୍ରସ୍ତାବକୁ ସମର୍ଥନ ପୂର୍ବକ ଗୁରୁବାରଠାରୁ ଅଧ୍ୟାପକ କଳାବ୍ୟାଜ ପରିଧାନ କରି ସେମାନଙ୍କର ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ଗ୍ରେଡପେ ୪୬୦୦କୁ ବଢ଼ାଇ ୫୪୦୦ ଟଙ୍କା ପିଛିଲା ଭାବେ ୨୦୧୬ମସିହାରୁ ପ୍ରଦାନ କରିବାକୁ ଏସଏସବି ଅଧ୍ୟାପକ ସଂଘ ଦାବି କରିଛି। ରାଜ୍ୟ ସରକାର ସେମାନଙ୍କର ନ୍ୟାୟୋଚିତ୍ତ ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଅଧ୍ୟାପକ ସଂଘ ପକ୍ଷରୁ ଚେତାଇ ଦିଆଯାଇଛି।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories