ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା ବିଶ୍ୱରେ ବିରଳ

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ

ଗୁରୁଡିଝାଟିଆ: ଭାରତୀୟ ସଂସ୍କାର ସଂସ୍କୃତି ଅତୀବ ପ୍ରାଚୀନ ଓ ମହାନ୍। ପିିତାମାତାଙ୍କୁ ଗୁରୁ ଭାବରେ ଗ୍ରହଣ କରେ ଆମ ସଂସ୍କୃତି। ଗୁରୁ ବ୍ୟାସଦେବଙ୍କ ଜନ୍ମ ଦିବସକୁ ଭାରତରେ ଗୁରୁପୂର୍ଣ୍ଣିମା ଭାବରେ ପାଳନ କରାଯାଏ। ଯଥାର୍ଥ ଗୁରୁ ସମାଜକୁ ମାର୍ଗଦର୍ଶନ କରିଥାନ୍ତି। ସେମାନଙ୍କ ଆଶିଷ ପାଇ ଶିଷ୍ୟମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦିତ କରିଛନ୍ତି। ଯାହାର ଗଣ୍ଡାଗଣ୍ଡା ଉଦାହରଣ ଏବେବି ଆମର ଜୀବନକୁ ରୁଦ୍ଧିବନ୍ତ ଓ ରୁଚିମନ୍ତ କରିଥାଏ। ବାସ୍ତବରେ ଆମ ଦେଶର ଗୁରୁଶିଷ୍ୟ ପରମ୍ପରା ବିଶ୍ୱରେ ବିରଳ ଓ ଅନନ୍ୟ ବୋଲି ଲୋକ ସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରକାଶ କରିଛନ୍ତି।

ରାଷ୍ଟ୍ରୀୟଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ତଥା ଗୁରୁଦିବସ ଉପଲକ୍ଷେ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ଗୁରୁଦିବସ ପାଳନ ଅବସରରେ ଶ୍ରୀ ରଥ ଯୋଗଦେଇ କହିଥିଲେ ଯେ ପିତାମାତା ଓ ଗୁରୁଙ୍କ ଆଶୀର୍ବାଦ ଶିଷ୍ୟକୁ ସଫଳତାର ପାହାଚ ଚଢାଇଥାଏ। ତେଣୁ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ଷେତ୍ରରେ ନିସ୍ୱାର୍ଥପର ଭାବେ କାର୍ଯ୍ୟକରି ନିଜର ପରିଚୟ ସୃଷ୍ଟି କରିବା ସହିତ ଶିକ୍ଷାର ଜ୍ୟୋତି ବିତରଣ କରୁଥିବା ବନାରସ, ନାଳନ୍ଦା ଓ ତକ୍ଷଶିଳା ବିଶ୍ୱବିଦ୍ୟାଳୟର ଗାରିମା ଭଳି ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ନାମକୁ ଗୌରବଜ୍ୱଳ ପାଇଁ ବିଦ୍ୟାର୍ଥୀମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ।

prayash

ସେବିକା ମହାବିଦ୍ୟାୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନାଦର୍ଶ, ଦେଶପ୍ରୀତି, ଶିକ୍ଷା ଓ ଶିକ୍ଷକ ସମାଜ ପ୍ରତି ଅଙ୍ଗିକାରବଦ୍ଧତା ସଂପର୍କରେ ଆଲୋକପାତ କରିବା ସହିତ ଶିକ୍ଷା ହିଁ ଜାତି ଓ ସମାଜକୁ ବଦଳାଇଥାଏ ବୋଲି ପ୍ରକାଶ କରିଥିଲେ।ସେବିକା ମହାବିଦ୍ୟାଳୟ ଉପାଧ୍ୟକ୍ଷ ବାବି ଏଡଉଇନ ଓ ପ୍ରିନ୍ସପାଲ ଟୁଇଟର ରାଜଶ୍ରୀ ସାମନ୍ତରାୟ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଭଲ ଓ ବଡମଣିଷ ହେବା ଦିଗରେ ଗୁରୁଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସେବିକା ଛାତ୍ରୀ ସଂଗୀତା ସାହୁ, ସୁଧା ସଞ୍ଜିବନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାର୍ଥୀମାନେ ଗୁରୁଦିବସ ସଂକ୍ରାନ୍ତିୟ ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ।

ରାଜ୍ୟ ସେବିକା ବିଦ୍ୟାର୍ଥୀ ସଂଗଠନ ପକ୍ଷରୁ ଭୂବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମ୍ ନର୍ସିଂ କଲେଜ ପରିସରରେ ଆୟୋଜିତ ଝୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟସ୍ଥାନ ଅଧିକାର କରିଥିବା ଜିଏନଏମ ୩ୟବର୍ଷ ଛାତ୍ରୀ ଶ୍ରୀମତୀ ଗାଗରାଇଙ୍କୁ ଗୁରୁଦିବସ ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ମାନପତ୍ର ଓ ଆର୍ଥିକ ସହାୟତା ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସେବିକା ବିଦ୍ୟାର୍ଥୀମାନେ ମଞ୍ଚାସୀନ ସମସ୍ତ ଅତିଥି ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଗୁରୁପରମ୍ପରା ଅନୁଯାୟୀ ପୂଜା କରିଥିଲେ। ସେବିକା ବିଦ୍ୟାର୍ଥୀ ସୌମ୍ୟରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.