www.samajalive.in
Monday, December 15, 2025
24.1 C
Bhubaneswar

ଜି-୨୦ ସମ୍ମିଳନୀ : ଜିନ୍‌ପିଙ୍ଗ ବଦଳରେ ଆସିବେ ପ୍ରଧାନମନ୍ତ୍ରୀ କ୍ବିଆଙ୍ଗ

ବେଜିଂ : ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟାଦଶ ଜି-୨୦ ସମ୍ମିଳନୀରେ ଯୋଗ ନଦେବା ସମ୍ପର୍କରେ ଚୀନ୍‌ ପକ୍ଷରୁ ସୋମବାର ବିଧିବଦ୍ଧ ଭାବେ ସମ୍ମିଳନୀର ଆୟୋଜକ ଭାରତ ସରକାରଙ୍କୁ ଅବଗତ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ ଏହି ସମ୍ମିଳନୀରେ ପ୍ରତିନିଧିତ୍ବ କରିବେ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ କହିଛି। ଜିନ୍‌ପିଙ୍ଗଙ୍କ ଯୋଗଦାନ ସମ୍ଭାବନା ନଥିବା ସମ୍ପର୍କରେ ଅଗଷ୍ଟ ୩୧ରେ ଚୀନ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ୬୪ବର୍ଷୀୟ କ୍ବିଆଙ୍ଗ ସାଙ୍ଘାଇର କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ଜିନ୍‌ପିଙ୍ଗଙ୍କ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଥିଲେ। ପୂର୍ବରୁ କେବେ ହେଲେ ଦେଶର ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇନଥିଲେ। ଘନିଷ୍ଠତା ଦୃଷ୍ଟିରୁ ଚଳିତ ବର୍ଷ ମାର୍ଚ୍ଚ ୧୧ରେ ତାଙ୍କୁ ଜିନ୍‌ପିଙ୍ଗ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିବା ସହ ଦେଶର ଅର୍ଥନୀତି ପରିଚାଳନା ଦୟିତ୍ବ ଦେଇଛନ୍ତି। ଜିନ୍‌ପିଙ୍ଗ ଯୋଗ ନଦେବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେନାହିଁ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ଆସିବେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories