କ୍ୟାଡର ପୁନର୍ବିନ୍ୟାସ ଦାବି ନେଇ କଟକ ଜିଲା କୃଷି ଅଧିକାରୀଙ୍କ ସାମୁହିକ କାର୍ଯ୍ୟ ବନ୍ଦ

ଗୁରୁଡିଝାଟିଆ/କଟକ,: ରାଜ୍ୟ ସରକାର କାର୍ଯ୍ୟରତ ସମସ୍ତ କୃଷିଅଧିକାରୀଙ୍କ କ୍ୟାଡର ପୁନର୍ବିନ୍ୟାସରେ ଅହେତୁକ ବିଳମ୍ବ ପ୍ରତିବାଦରେ ଓଡିଶା ରାଜ୍ୟ କୃଷିସେବା ସଂଘ ଆଜି ଠାରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷିରେ କଟକ ଜିଲା କୃଷି ଅଧିକାରୀ ସଂଘ ତରଫରୁ ସଭାପତି ତଥା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଦାମ କୁମାର ନାୟକଙ୍କ ନେତୃତ୍ୱରେ ଜଗତପୁରସ୍ଥିତ ମୁଖ୍ୟଜିଲା କୃଷି ଅଧିକାରୀଙ୍କ ପରିସରରେ ସମସ୍ତ ଅଧିକାରୀ ସମବେତ ହୋଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିôବା ରାଜ୍ୟ ଓ କେନ୍ଦ୍ରିୟ କୃଷି କଲ୍ୟାଣକାରୀ ଯୋଜନା (୩୯ଟି) କୁ ସଫଳ ରୂପାୟନ ପୂର୍ବକ ରାଜ୍ୟକୁ କୃଷିକ୍ଷେତ୍ରରେ ସ୍ୱତନ୍ତ୍ର ପୁରସ୍କାର ତଥା କୃଷିକର୍ମଣ ଓ ସ୍କଚ ଆଦି ପୁରସ୍କାର ପାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ହେଲେ ସରକାର କୃଷି ଅଧିକାରୀଙ୍କ ଦୀର୍ଘଦିନର ନ୍ୟାର୍ଯ୍ୟ ଦାବି ,କ୍ୟାଡର ପୁନର୍ବିନ୍ୟାସକୁ ଜାଣିଶୁଣି ଅବହେଳା କରିବା ସହିତ ଅହେତୁକ ବିଳମ୍ବ କରିବା ପରିତାପର ବିଷୟ। ଏଥିପାଇଁ ରାଜ୍ୟ କୃଷି ସେବା ସଂଘର କାର୍ଯ୍ୟବନ୍ଦ ଡାକରାକୁ ଜିଲା ସଂଘ ତରଫରୁ ସମର୍ଥନ କରାଯାଇ କାର୍ଯ୍ୟବନ୍ଦ କରାଯାଇଛି। ସରକାର ଏଥିପ୍ରତି ତ୍ୱରିତ ଦୃଷ୍ଟି ନଦେଲେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି କହିଛନ୍ତି।ପ୍ରକାଶଯୋଗ୍ୟ କୃଷି ଅଧିକାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ମଧ୍ୟ ଦୂରଭାଷ ଯୋଗେ କୃଷକମାନଙ୍କୁ ସହଯୋଗ କରୁଥିବା ସଂପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

Comments are closed.