www.samajalive.in
Tuesday, December 9, 2025
23.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ, ୩ଗୁରୁତର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଅଠରନଳା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ଏକ ଚାରି ଚକିଆ ଯାନ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋବାଫଳରେ ବାଇକ ଆରୋହୀ ସଞ୍ଜୟ ବେହରା(୨୧)ଙ୍କର ମୃତ୍ୟୁ ହୋଇଥିବାବେଳେ ଧ୍ରୁନ ମଲ୍ଲିକ(୬୫), ନିର୍ମଳା ନାୟକ (୨୩), ଫିଲିପ୍ତା ମଲ୍ଲିକ (୬୦) ୩ଜଣଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ତାରେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏହାସହ ଅନ୍ୟ ୨ଜଣ ଯାତ୍ରୀଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଇଥିଲା। ଏମାନେ ଅନ୍ତରବା ଗ୍ରାମର ବୋଲି ଜଣାପଡିଛି। ଉକ୍ତ ଚାରି ଚକିଆ ଗାଡି ନଂ (ଓଆର ୦୫ ସି ୬୧୬୦) ମୋହନାରୁ ଯାତ୍ରୀ ବସାଇ ଅନ୍ତରବା ଯାଉଥିବା ସମୟରେ ଅଠରନଳା ନିକଟସ୍ଥ ବୁଲାଣିରେ ମୋହନା ଗ୍ରାମର ସଞ୍ଜୟ ବେହେରା ଅଠରନଳା ନଦୀକୁ ଗାଧୋଇବାକୁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଏହାକୁନେଇ କିଛି ସମୟ ପାଇଁ ମୋହନାରେ ଉତେଜନା ସୃଷ୍ଟି ହୋଇଥିଲା। ମୋହନା ପୁଲିସ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା। ଏନେଇ ମୋହନା ଥାନାରେ କେସ ନଂ ୧୨୨/୧୮ରେ ଏକ ମାମଲା ରୁଜୁ କରାଯାଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories