www.samajalive.in
Tuesday, December 9, 2025
15.1 C
Bhubaneswar

ହକି ବିଶ୍ୱକପ୍‍ର ଉଦଘାଟନୀ କାର୍ଯ୍ୟକ୍ରମ: ଭେଳିକି ଦେଖାଇଲା ଅନ୍‍-ଲାଇନ ଟିକଟ

କଟକ: ହକି ବିଶ୍ୱକପ୍‍ର ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ଟ୍ୱିନ ସିଟିର ଦର୍ଶକ ବେଶ୍‍ ଉତ୍ସାହିତ ଥିଲେ। କାର୍ଯ୍ୟକ୍ରମରେ ଭାଗ ନେବା ଓ ଅନ୍‍ଲାଇନରେ ଟିକଟ କାଟିବାର ଉତ୍ସାହ ଯୁଦ୍ଧ ଜୟ କରିବାର ଉନ୍ମାଦନା ଠାରୁ କିଛି କମ୍‍ ନଥିଲା। ମଙ୍ଗଳବାର ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍‍ ଲାଇନ ଟିକଟ ବିକ୍ରି ସମ୍ବନ୍ଧୀୟ ସୂଚନା ପାଇବା ପରେ ଉତ୍ସାହ ଓ ଉନ୍ମାଦନା ଆହୁରି ବଢ଼ିଯାଇଥିଲା। କିନ୍ତୁ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଓ ମୋବାଇଲ୍‍ ସ୍କ୍ରିନ୍‍ ସାମ୍‍ନାରେ କସରତ କରିବା ପରେ ଅନ୍‍ଲାଇନ୍‍ ଟିକେଟ୍‍ କେବଳ ଏଭ ଭେଳିକିରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
“ଟିକଟଜିନି ଡଟ ଇନ’ ନାମକ ୱେବସାଇଟ ଦ୍ୱାରା ଉଦ୍‍ଘାଟନୀ ସମାରୋହର ଟିକେଟ୍‍ ବିକ୍ରି ହେଉଥିବା ଜଣାପଡ଼ିବା ପରେ ଏଭଳି ଭେଳିକିର ସାମ୍ନା କରିଥିଲେ ଉତ୍ସାହୀ ଛାତ୍ର ଓ ଯୁବପିଢ଼ି। ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ କଟକ ବାରବାଟୀ ଷ୍ଟାଡିୟମରେ ପୃଥକ ପୃଥକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ରାଜ୍ୟ ସରକାର। ତେବେ ଉଭୟ କାର୍ଯ୍ୟକ୍ରମର ଟିକଟ ଦିନ ୧୨ଟାରେ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଶେଷ ହୋଇଯାଇ ଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟିକସ ସରି ଯାଇଥିଲେ ମଧ୍ୟ ଅନଲାଇନରେ କଟକ ବାରବାଟୀରେ ଟିକଟ ଉପଲବ୍ଧ ଥିବା ୱେବାଇଟରେ ଦୃଶ୍ୟମାନ ହେଉଥିଲା।
କାର୍ଯ୍ୟକ୍ରମର ଭୁବନେଶ୍ୱର ଟିକଟ ମଧ୍ୟାହ୍ନ ସୁଦ୍ଧା ଶେଷ ହୋଇ ଯାଇଥିଲା। ତେବେ କଟକ ବାରବାଟୀ କାର୍ଯ୍ୟକ୍ରମର ଟିକଟ ମିଳିବା ଆଶାରେ ଅନଲାଇନ ୱେବସାଇଟ ନିଜ ଲୋକପ୍ରିୟତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ହେଉ କିମ୍ବା ଅନ୍ୟ କିଛି କାରଣରେ ଉତ୍ସାହୀଙ୍କୁ ଅପେକ୍ଷା କରିବାର ଅହେତୁକ ପ୍ରତିଶ୍ରୁତିରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। “ଆପଣ କ୍ୟୁରେ ଅଛନ୍ତି’ ସଦୃଶ ଗ୍ରାଫିକ୍ସ ଦ୍ୱାରା ଆଶାୟୀଙ୍କୁ ସେମାନଙ୍କ ଧାଡ଼ି କିପରି କ୍ରମଶଃ ଆଗେଇ ଯାଉଛି ତାହା ଦୃଶ୍ୟମାନ କରାଯାଉ ଥିଲା। ଦୀର୍ଘ ପ୍ରତୀକ୍ଷା ପରେ ଦର୍ଶକଙ୍କୁ ଟିକଟ କାଟିବାର ସୁଯୋଗ ମିଳୁଥିଲା। ୱେବସାଇଟରେ ୨୦୦ଓ ୫୦୦ଟଙ୍କାର ଟିକଟ ଉପଲବ୍ଧ ହେଉଥିବା ଦର୍ଶାଯାଇ ଟିକଟ କିଣିବାକୁ ମାତ୍ର ୧୦ମିନିଟ ସମୟ ଦିଆଯାଉ ଥିଲା। ତେବେ ଟିକଟ କାଟିବା ପାଇଁ ଲିଙ୍କ୍‍କୁ କ୍ଲିକ କରିବା ସମୟରେ “ପ୍ଲିଜ ୱେଟ୍‍’ ମେସେଜ୍‍ ଆସୁଥିଲା। ଏହି ମେସେଜ୍‍ ସ୍କ୍ରିନ୍‍ରେ ୧୦ମିନିଟ ରହି ପୁଣି ଟିକେଟ୍‍ ବୁକିଂ ପେଜ୍‍କୁ ଚାଲିଯାଉଥିଲା।
ଭୁବନେଶ୍ୱରରେ ମଧ୍ୟାହ୍ନରୁ ଟିକଟ ସରି ଯାଇଥିଲେ ମଧ୍ୟ କଟକ ବାରବାଟୀ କାର୍ଯ୍ୟକ୍ରମକୁ କେଉଁ ଉଦ୍ଦେଶ୍ୟରେ ଭେଳିକି ଦେଖାଗଲା ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କିଏ ୱେବସାଇଟକୁ ଗାଳି ଦେଉଛି ତ’ କିଏ କାର୍ଯ୍ୟକ୍ରମର ଆୟୋଜକଙ୍କ ପାରିବା ପଣିଆକୁ ଦୋଷ ଦେଉଛି। ଯା ହେଉ ବାରବାଟୀ କିମ୍ବା କଳିଙ୍ଗ ଷ୍ଟାଡିୟମରେ ଆଶାୟୀ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଲେ ନାହିଁ ହେଲେ “ଟିକେଟଜିନି ଡଟ ଇନ’ ୱେବସାଇଟକୁ ଗୋଟିଏ ଦିନରେ ଏକ ଲକ୍ଷ ଦର୍ଶକ ଓ ମୋବାଇଲ ଆପକୁ ୩୦ହଜାର ଡାଉନଲୋଡ୍‍ ମିଳି ଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories