www.samajalive.in
Sunday, December 7, 2025
16.1 C
Bhubaneswar

ଜଳଖିଆରେ ଏହି ଖାଦ୍ୟର ସେବନ କର୍କଟ ରୋଗର କାରଣ!

କର୍କଟ ଏକ ମାରାତ୍ମକ ରୋଗ। ଆରମ୍ଭରୁ ଏହି ରୋଗ ବିଷୟରେ ଜଣାପଡିବା ଦ୍ୱାରା ଆବଶ୍ୟକୀୟ ଚିକିତ୍ସା କରାଯାଏ। ବିଳମ୍ବ ହେଲେ ଏହା କଷ୍ଟସାଧ୍ୟ ହୋଇ ପଡେ। ଅନେକ ଲୋକେ ଏହି ରୋଗ କାରଣରୁ ପ୍ରତିବର୍ଷ ମୃତ୍ୟୁ ମୁଖରେ ପଡୁଛନ୍ତି। ତେବେ ଏହି କର୍କଟ ରୋଗ ହେବାର ଅନେକ କାରଣ ପାଇଁ କେତେକ ଅଭ୍ୟାସ ଦାୟୀ। ଏକ ରିପୋର୍ଟ ଅନୁଯାୟୀ, ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ବଂଶଜନିତ ହୋଇଥିବା ବେଳେ ଅଧିକାଂଶ ଖରାପ ଜୀବନଶୈଳୀ କାରଣରୁ ହୋଇଥାଏ। ୩୦ ରୁ ୩୫ ପ୍ରତିଶତ କର୍କଟ ରୋଗ ହେବାର କାରଣ ଖରାପ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ବିଶେଷ କରି ଜଳଖିଆରେ କିଛି ଲୋକେ ଏପରି କିଛି ଖାଦ୍ୟ ସେବନ କରିଥାଆନ୍ତି ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହ କର୍କଟର କାରଣ ପାଲଟିଥାଏ।
ନିୟମିତ ଚା’ସହ ବିସ୍କୁଟ ସେବନ କରୁଥିଲେ, ଏହା କର୍କଟ ରୋଗର ସମ୍ଭାବନା ସୃଷ୍ଟି କରିଥାଏ। ଏହା ବ୍ୟତୀତ ଚା’ ସହିତ କୌଣସି ପ୍ରକାରର ବିସ୍କୁଟ ସେବନ କରିବା ଉଚିତ ନୁହେଁ। ଏକ ରିପୋର୍ଟ ଅନୁସାରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏଭଳି ଖାଦ୍ୟର ଲଗାତାର ସେବନ କର୍କଟର ସମ୍ଭାବନାକୁ ବୃଦ୍ଧି କରେ।
ନିୟମିତ ଜଳଖିଆରେ ପାଉଁରୁଟି ସେବନ କରିବା ମଧ୍ୟ କ୍ଷତିକାରକ। ଏହାଦ୍ୱାରା ପେଟରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଜଳଖିଆରେ ପାଉଁରୁଟି, ଆଇସକ୍ରିମ, ବର୍ଗର ଆଦି ନିୟମିତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ନିଜେ ଘରେ ପପକର୍ନ ପ୍ରସ୍ତୁତ କରି ମାସକୁ ଥରେ କିମ୍ବା ୨ଥର ଖାଇପାରିବେ। ମାତ୍ର ବଜାରରେ ବିକ୍ରି ହେଉଥିବା ଛଣା ପପକର୍ନକୁ ନିୟମିତ ରୁପେ ଜଳଖିଆରେ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଉପକାରୀ ନୁହେଁ।
କିଛି ଲୋକେ ଜଳଖିଆରେ ଚା’ ସହ ଚିପ୍ସର ମଧ୍ୟ ସେବନ କରିଥାଆନ୍ତି। ବିଭିନ୍ନ ପ୍ରକାର ଚିପ୍ସରେ ଅତ୍ୟଧିକ ମାତ୍ରାରେ ସୋଡିୟମ ଓ ଫ୍ୟାଟ୍‌‌ ଯୁକ୍ତ ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର ହେଉଛି। ଏହାକୁ ସକାଳେ ନିୟମିତ ଜଳଖିଆରେ ସେବନ କଲେ କର୍କଟ ରୋଗ ହେବାର ସମ୍ଭାବନା ଥାଏ।
ବଜାରରେ ମାଂସ ବ୍ୟବହାର ହୋଇ ଅନେକ ଖାଦ୍ୟ ଜିନିଷ ମିଳୁଛି। ଏହାକୁ ସକାଳେ ଜଳଖିଆରେ ଆଦୌ ଖାଆନ୍ତୁ ନାହିଁ। ଏହା ମଧ୍ୟ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories