ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ୪୦ଜଣ ଏକଲବ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ୫ ଶହ ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ସାକ୍ଷାତ କାର୍ଯ୍ୟକ୍ରମରେ ଓଡ଼ିଶାର ୪୦ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ। ଏଥିରେ ବଲାଙ୍ଗୀର ଜିଲର ୧୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ବେଳେ ମୟୁରଭଞ୍ଜ ଜିଲାର ଦୁଇ ଜଣ ଛାତ୍ରଛାତ୍ରୀ ତିନୋଟି ଉପହାର ପ୍ରଦାନ କରିଛନ୍ତି। ଶିକ୍ଷା କ୍ୟାରିୟର ଏବଂ ଛାତ୍ରବୃତ୍ତି ବିଷୟରେ ଛାତ୍ରଛାତ୍ରୀଙ୍କ ସହ ରାଷ୍ଟ୍ରପତି ମୁର୍ମୁ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ସମସ୍ତ ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଛନ୍ତି।
Comments are closed.