ମାଆ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳରେ ଏକ ଘର ଭିତରୁ ମା ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ଘରେ ମା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଥିଲା। ମୃତ ମା’ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି। ଆତ୍ମହତ୍ୟା କରିଥିବା ପୁଅର ନାମ ସୁଧିର ପଣ୍ଡା(୨୭)। ତେବେ କାହିଁକି ଏ ମାଆ ପୁଅ ଆତ୍ମହତ୍ୟା କଲେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି।
Comments are closed.