‘ସମାଜ’ ରିଲିଫ ପାଣ୍ଠି ସମ୍ବନ୍ଧିତ ସୂଚନା
‘ସମାଜ’ ରିଲିଫ ପାଣ୍ଠିକୁ କରାଯାଇଥିବା ଦାନ ତୋସରପାତର ଏକ ଅଭିଯୋଗ ଆମ ଦୃଷ୍ଟିକୁ ଆସିଛି। ଏ ସମ୍ବନ୍ଧରେ ଚଳିତ ମାସ ୧୬ ତାରିଖ ଦିନ କ୍ୟାଣ୍ଟନ୍ମେଣ୍ଟ ଥାନାରେ ଏତଲା ଦେଇଥିବା ଶ୍ରୀମତୀ ରାଜଲକ୍ଷ୍ମୀ ପତି ଆମ ଦୃଷ୍ଟିକୁ ମଧ୍ୟ ଏହା ଆଣିଛନ୍ତି। ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଡ. ପ୍ରଭାସ ଆଚାର୍ଯ୍ୟ ତାଙ୍କଠାରୁ ବିଭିନ୍ନ ସମୟରେ ‘ସମାଜ’ ରିଲିଫ ପାଣ୍ଠିରେ ଦାଖଲ ପାଇଁ ଅର୍ଥ ଗ୍ରହଣ କରି ସେ ସମ୍ବନ୍ଧରେ କୌଣସି ରସିଦ ତାଙ୍କୁ ଦେଇ ନଥିବାରୁ ସେ ଅର୍ଥ ତୋସରପାତର ଅଭିଯୋଗ କରିଛନ୍ତି। ଏ ଘଟଣା ରାଜ୍ୟରେ ଗଣମାଧ୍ୟମ ଓ ଅନ୍ୟାନ୍ୟ ସ୍ତରରେ ଆଲୋଚିତ ହେଉଛି ଓ ‘ସମାଜ’ର ଶୁଭେଚ୍ଛୁମାନେ ଏଥିରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଆମେ ମଧ୍ୟ ଏ ଘଟଣାକୁ ଗୁରୁତ୍ବ ସହ ଗ୍ରହଣ କରିଅଛୁ ଓ ଏତଲା ଦୃଷ୍ଟିରୁ ଆଇନର ଅନନୁଙ୍କୁଶିତ ପ୍ରୟୋଗ ପ୍ରତି ସଜାଗ ଅଛୁ।
ପ୍ରକାଶଥାଉ କି ଲୋକସେବକ ମଣ୍ଡଳ ଦ୍ବାରା ନିର୍ଦ୍ଧାରିତ ରସିଦ ବିନା କୌଣସି ଦାନ ଗ୍ରହଣ କରାଯାଏ ନାହିଁ। ଶୁଭେଚ୍ଛୁ ଓ ଜନସାଧାରଣ ଆମ ପ୍ରତି ସେମାନଙ୍କ ସହଯୋଗ ଓ ଶୁଭେଚ୍ଛା ଅତୁଟ ରଖିବାକୁ ‘ସମାଜ’ ରିଲିଫ କମିଟି ଓ ଲୋକସେବକ ମଣ୍ଡଳ, ଓଡ଼ିଶା ଶାଖା ଅଧ୍ୟକ୍ଷ ନିବେଦନ କରିଛନ୍ତି।
Comments are closed.