www.samajalive.in
Monday, December 15, 2025
16.1 C
Bhubaneswar

ଶିକୁଳିପଦର ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଭରସା

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ନୁତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା। ନିଯୁକ୍ତ ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନଥିବା ହେତୁ ଅନେକ ରୋଗୀ ସ୍ବାସ୍ଥ୍ୟ ସେବା ପାଇବା ପରିବର୍ତ୍ତେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ମୋହନା ବ୍ଲକର ସର୍ବବୃହତ ଜନ ସଂଖ୍ୟା ବିଶିଷ୍ଠ ଶିକୁଳିପଦର ଗ୍ରାମପଞ୍ଚାୟତ ସମେତ ଲୁହାଗୁଡି, ଢେପାଗୁଡା, ଚାନ୍ଦିପୁଟ, ମାଣିକପୁର, ମେରାପଲ୍ଲୀ ପଞ୍ଚାୟତବାସୀ ଦୈନିକ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଉପରେ ଚିକିତ୍ସା ପାଇଁ ନିର୍ଭରଶୀଳ। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ସ୍ବାସ୍ଥ୍ୟ ସହଯୋଗୀ ଏବଂ ଦୁଇ ଜଣ ସଫାଇ କର୍ମଚାରୀ ନିଯୁକ୍ତ ଥିବା ବେଳେ ସପ୍ତାହର ବୁଧବାର ଓ ଶନିବାର ଦିନରେ ହିଁ ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରୋଗୀଙ୍କୁ ଚିକିତ୍ସା ପରାମର୍ଶ କରୁଥିବା ବେଳେ ଫାର୍ମାସିଷ୍ଟ ନଥିଲେ ରୋଗୀ ସେବା ସମ୍ପୁର୍ଣ ଠପ ହେଉଯାଉଛି। ଡାକ୍ତର ପ୍ରବିର କୁମାର ସେଠୀଙ୍କ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନଥିବା ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଜୟ କୁମାର ପଣ୍ଡାଙ୍କୁ ଫୋନ ଯୋଗେ ଜଣାଇଥିବା କହିଛନ୍ତି। ଆମେ ଏ ନେଇ ଶିକୁଳିପଦର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରବୀର କୁମାର ସେଠୀଙ୍କ ସହ ଆଲୋଚନା ପାଇଁ ମେଡିକାଲକୁ ଯାଇଥିବା ବେଳେ ସେ ଅନୁପସ୍ଥିତ ଥିଲେ ଏବଂ ତାଙ୍କୁ ଯୋଗଯୋଗ ଫୋନ କରିଥିଲେ ମଧ୍ୟ ସମ୍ପର୍କ ସମ୍ଭବ ହୋଇପାରିନାହିଁ। ଅସୁବିଧା ସମ୍ପର୍କରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଜୟକୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ୟା ନେଇ ଅବଗତ ଅଛନ୍ତି। ଡାକ୍ତର ସେଠୀ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଛୁଟିରେ ଅଛନ୍ତି। ତାଙ୍କ ବଦଳରେ ଅନ୍ୟ ଏକ ଡାକ୍ତରକୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଡାକ୍ତରଙ୍କ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ଅଧିନସ୍ଥ ଚାନ୍ଦିପୁଟ ସ୍ଥିତ ଓପିଡି ସେଣ୍ଟରରେ ନିଯୁକ୍ତ ଥିବା ସ୍ବାସ୍ଥ୍ୟ କର୍ମଚାରୀ (ସିଏଚଓ) ମଧ୍ୟ ଅଧିକାଂଶ ଅନୁପସ୍ଥିତ ରହୁଛନ୍ତି। ଯାହାଫଳରେ ସ୍ବାସ୍ଥ୍ୟ ସେବା ଦିନ ପ୍ରତିଦିନ ବିପର୍ୟ୍ୟସ୍ତ ହେବାରେ ଲାଗିଛି। ସମୃକ୍ତ ସିଏଚଓଙ୍କୁ ଫୋନ ଯୋଗେ ପଚାରିବାରେ ଅନ୍ୟ କାମରେ ବ୍ୟସ୍ଥ ରହୁଥିବା ହେତୁ ସଠିକ ଭାବେ ଚିକିତ୍ସା ସହାୟତା କେନ୍ଦ୍ର ଖୋଲା ହେଉନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ସମସ୍ୟା ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରେ ସମସ୍ୟା ନେଇ ମୋହନା ମେଡିକାଲ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବୁଝିବା ପରେ ଜଣାପଡିବ ବୋଲି କହିଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories