ପଦ୍ମପୁର: ଆଜି ସକାଳୁ ଏସ ସିଏସଟି କମିଶନର ରୁପା ରୋଶନ ରାୟଗଡା ଜିଲ୍ଲା ପଦ୍ମପୁରର ଐତିହାସିକ ଅକ୍ଷର ବ୍ରହ୍ମ ପୀଠ ପରିଦର୍ଶନ କରିଛନ୍ତି। ସେ ଦୁଇ ଦିନ ହେଲା ରାୟଗଡା ଜିଲ୍ଲାର ବିଭିନ୍ନ ଆଦିବାସି ଅଞ୍ଚଳକୁ ପରିଦର୍ଶନ କରିବା ସହ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ଗୁଡିକ ପରିଦର୍ଶନ କରିବା ସହ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଅନୁଧ୍ୟାନ କରୁଛନ୍ତି। ଏହି କ୍ରମରେ ଆଜି ପଦ୍ମପୁରର ସୌରା ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ଦେବତା ମାତରବନମ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚନା କରିବା ସହ ପାହଡ ଚାରିପଟେ ବୁଲି ଦେଖିଥିଲେ। ଏହି ସମୟରେ ଜଏଣ୍ଟ ଡାଇରକ୍ଟର ଟୁକୁ ବାରିକ, ଡେପୁଟି ସେକ୍ରେଟରି ଅମୃତ ପ୍ରିୟମ୍ବଦା, ପ୍ରକଳ୍ପ ପ୍ରଶାସକ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ପଦ୍ମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ବ୍ଲକ ମଙ୍ଗଳ ଅଧିକାରୀ ସୁସ୍ମିତା ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝି, କୈଳାଶ କ୍ରାସ୍କା ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏସ ସିଏସଟି ବିଭାଗ ଦ୍ୱରା ମନ୍ଦିରର ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଶନର ରୁପା ରୋଶନ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ।
Popular Categories



