କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ କ୍ଳଷ୍ଟରରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚଳିତ ମାସର ତୃତୀୟ ଶନିବାର ମାନ୍ଦଲା କ୍ଳଷ୍ଟରର ବୈଠକ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା ଯୋଗ ଦେଇଥିଲେ। କ୍ଳଷ୍ଟରର ସଂଯୋଜକ ଧନସିଂ ମାଝୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ବୈଠକରେ ଶିକ୍ଷକ ହରିଶଙ୍କର ସାହୁ, ହିମାଂଶୁ ମାଝୀ, ସୁବାଷ ଧରୁଆ, ଲକ୍ଷ୍ମଣ ସୁନା, ଲଳିତ କୁଅଁର ଆଦି ଉପସ୍ଥିତ ଥିଲେ। ତଦନୁସାରେ ତୁରେକେଲା କ୍ଳଷ୍ଟରର ମାସିକ ବୈଠକ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିକ୍ଷକ ଗୁଣନିଧି ମେହେର, ସୁରୁମଣି ମେହେର, ରବିନ୍ଦ୍ର ରଥ, ପାର୍ଥବ ମହାନନ୍ଦ, ଭ୍ରମରବର ମହାପାତ୍ର, ଡାଳିମ୍ବ ମେହେର, ସୁଭଦ୍ରା ମେହେର, ମାଧବୀଲତା ସାହୁ, ପିତାମ୍ବର ଲୁହା, ସୋନାଲି ସାହା ପ୍ରମୁଖ ଯୋଗ ଦେଇଥିଲେ।
Popular Categories



