www.samajalive.in
Monday, December 15, 2025
24.1 C
Bhubaneswar

କଟକ ସହରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

କଟକ : କଟକ ସହରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଅଭିବନ ବିଡାନାସୀ ଡେଙ୍ଗୁର ପେଣ୍ଠସ୍ଥଳ ପାଲଟିଛି। ସେକ୍ଟର-୬ରୁ ସେକ୍ଟର-୧୧ ପର୍ଯ୍ୟନ୍ତ ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ। ଡେଙ୍ଗୁ ବ୍ୟାପିଚାଲିଥିବା ବେଳେ ସେକ୍ଟର-୧୦ରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସେକ୍ଟର-୧୦ରେ ଥିବା ଏକ ହୋଟେଲ କର୍ମଚାରୀ ଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଏହି ଘଟଣା ପ୍ରଘଟ ନ କରିବାକୁ ହୋଟେଲ ମାଲିକଙ୍କୁ ଚେତାବନୀ ଦିଆଯାଇଛି। ନିଗମ ଅଧିକାରୀଙ୍କ ନାଲିଆଖି ଭୟରେ ସମ୍ପୃକ୍ତ ହୋଟେଲ ମାଲିକ ହୋଟେଲ ବନ୍ଦ କରିଦେଇଛନ୍ତି। ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିବା ପରେ ସିଡିଏରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଡେଙ୍ଗୁର ଭୟାବହତା ସମ୍ପର୍କରେ ସଚେତନତା କିମ୍ବା ଡେଙ୍ଗୁ ନ ବ୍ୟାପିବା ପାଇଁ ସିଏମସି ପକ୍ଷରୁ ଏ ପର୍ଯ୍ୟନ୍ତ ସିଡିଏ ଅଞ୍ଚଳରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବର୍ଷା ଋତୁରେ ସମ୍ଭାବ୍ୟ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା କରି ସିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା ସହିତ ବୁସ କଟିଂ ଓ ସଫେଇକୁ ଗୁରୁତ୍ୱ ଦିଆଯାଇଥିଲା। ଏମିତିକି ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରିବାକୁ ବି ସିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସିଏମସିର ସମସ୍ତ ପଦକ୍ଷେପ କେବଳ କାଗଜକଲମରେ ସୀମିତ ରହିଛି। ସଫେଇ ଦାୟିତ୍ୱ ଘରୋଇ ସଂସ୍ଥାଗୁଡିକୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ସେକ୍ଟର-୧୦ ଓ ୧୧ରେ ସଫେଇ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦାୟିତ୍ୱ ନେଇଥିବା ସଂସ୍ଥାର କର୍ମଚାରୀଙ୍କ ଦେଖାଦର୍ଶନ ମିଳୁନି। ବିଭିନ୍ନ ସେକ୍ଟରରେ ଆବର୍ଜନା ଜମି ରହିବା ସହିତ ଅନେକ ସ୍ଥାନରେ ଅନାବନା ଗଛସବୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ବୁସ କଟିଂ ଆଦୌ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଛି। ନିର୍ବାଚିତ କର୍ପୋରେଟରଙ୍କୁ ୱାର୍ଡରେ ଦେଖିବାକୁ ମିଳୁନି। ଅଧିକାଂଶ ଆକ୍ରାନ୍ତ ଘରେ କିମ୍ବା ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବି ସିଏମସି ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନି। ସିଏମସିର ଅପରିଣାମଦର୍ଶିତା ଯୋଗୁଁ ବିଭିନ୍ନ ସେକ୍ଟରରେ ଡେଙ୍ଗୁ ଏବେ ଭୟଙ୍କର ରୂପ ନେବାକୁ ବସିଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories