ଖୋଳାଗଲା ଡ୍ରେନ: ଚାଷ ଜମିରେ ମାଡିବ ପାଣି, ଚାଷୀ ମହଲରେ ଖୁସି

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଧଳପୁର ବଜାରର ମାରଓାର୍ଡୀ ପଡିଆରେ କେନାଲ ପାଣି ନିତ୍ୟବ୍ୟବହାରର୍ଯ୍ୟ କୂଅ ସହିତ ଲୋକଙ୍କ ପାଈଖାନା ଘରେ ପଶି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲା। ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ,ସୁପରଭାଇଜର ଜ୍ୱଳନ୍ତ କୁମାର ନାଏକ, ଧଳପୁର ରାଜସ୍ୱ ନୀରିକ୍ଷକ ପଙ୍କଜ କହଁର, ପୂର୍ତବିଭାଗ କର୍ମଚାରୀ ଏବଂ ହରଭଙ୍ଗା ପୁଲିସ ଉପସ୍ଥିତିରେ ଜେସିବି ସାହାଯ୍ୟରେ ପାଣି ନିଷ୍କାସନ ପାଇଁ ଏକ ଡ୍ରେନ ନିର୍ମାଣ କରାଯାଇଥିବା ଜଣାପଡିଛି। ଯାହାଫଲରେ ଉପରମୁଣ୍ଡର କେନାଲ ପାଣି ତଳମୁଣ୍ଡରେଥିବା ୫୦ ଏକର ଚାଷ ଜମିରେ ପାଣି ମାଡିବା ପାଇଁ ସୁବିଧା ହୋଇପାରିବ। ଖୋଳାଯାଇଥିବା ଡ୍ରେନକୁ ପୂର୍ତବିଭାଗ ଦ୍ୱାରା ସ୍ଥାୟୀ ଡ୍ରେନ ନିର୍ମାଣ କରାଯିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ ଏଭଳି ମହତ୍ ପଦକ୍ଷେପକୁ ନେଇ ଚାଷୀ ମହଲରେ ଖୁସି ପ୍ରକାଶ ପାଇଛି।

Comments are closed.