ମାଗଣା ଚକ୍ଷୁ ପରୀକ୍ଷା ଶିବିର
ହରଭଙ୍ଗା :ବୌଦ୍ଧ ଜିଲା ପ୍ରେସକ୍ଳବର ଷଷ୍ଠ ତମ ବାର୍ଷିକ ଉତ୍ସବ ଅବସରରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପଣ୍ଡକ୍ଷପାଲି ନେତ୍ର ଚିକିତ୍ସାଳୟ ଦ୍ବାରା ଆୟୋଜିତ ଉକ୍ତ ଶିବିରରେ ଉପାନ୍ତ ଅଞ୍ଚଳର ପ୍ରାୟ ୭୦ରୋଗୀ ଆସି ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଅବସରରେ ରୋଗୀଙ୍କୁ ମାଗଣା ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା। ୨୨ ଜଣ ରୋଗୀଙ୍କୁ ପଣ୍ଡକ୍ଷପାଲି ନେତ୍ର ଚିକିତ୍ସାଳୟକୁ ଚକ୍ଷୁ ଅସ୍ତ୍ରପ୍ରଚାର ପାଇଁ ପଠାଯାଇଥିଲା। ଉକ୍ତ ଶିବିରରେ କ୍ଳବର ସମ୍ପାଦକ -ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସମରେଶ ମିଶ୍ର, ନରେନ୍ଦ୍ର ସାହୁ,ପ୍ରୀତି ରଞ୍ଜନ ଦାସ,ସୁକାନ୍ତ ପଟ୍ଟନାୟକ, ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଶ୍ରୀନିବାସ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ପଣ୍ଡକ୍ଷପାଲି ନେତ୍ର ଚିକିତ୍ସାଳୟରୁ ଡା. ବିଜନ କୁମାର ନାଏକ, ମହେଶ ବେହେରା, ହରିବୋଲ ପ୍ରଧାନ, ପ୍ରତ୍ୟୁଷ ରଞ୍ଜନ ଦକ୍ଷଶ, ଢଳେଶ୍ଵର ପ୍ରଧାନ, ଶ୍ରୀଦ୍ଧକ୍ଷର୍ଥ ଦକ୍ଷଶ ଓ ସତ୍ୟରଞ୍ଜନ ପ୍ରଧାନ ରୋଗୀ ଙ୍କୁ ପରୀକ୍ଷା ନିରୀକ୍ଷକ୍ଷ କରିଥିଲେ!ଉକ୍ତ ସମସ୍ତ କାର୍ୟ୍ୟକ୍ରମ ରେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ ଓ ପୂର୍ବତନ ସରପଞ୍ଚ ତଥା ସମାଜ ସେବି ସୁଶୀଲ କୁମାର ପ୍ରଧାନ ସହଯୋଗ କରିଥିଲେ।
Comments are closed.