www.samajalive.in
Monday, December 15, 2025
16.1 C
Bhubaneswar

ମାଣତ୍ରୀରେ ଶିବଲିଙ୍ଗରେ ତୁଳସୀ ‘ଲାଗି’ ଆରମ୍ଭ

ବଡ଼ସାହି : ସୋମବାର କାର୍ତ୍ତିକ ବଡ଼ ଏକାଦଶୀ ଠାରୁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରି-ହର ପୀଠ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ କଖାରୁଆ ବୈଦନାଥଙ୍କ ଜ୍ୟୋର୍ତିଲିଙ୍ଗରେ ବେଲପତ୍ର ସହିତ ତୁଳସୀ ‘ଲାଗି’ ଆରମ୍ଭ ହେଉଛି। ଏଠାରେ ପ୍ରଚଳିତ ପ୍ରଥା ଅନୁଯାୟୀ ଏକାଦଶୀ ଠାରୁ ପୂର୍ଣ୍ଣମୀ ପଞ୍ଚକ ୫ଦିନ ଧରି ଅନୁଷ୍ଠିତ ହୋଇଥାଏ।
ଶିବଲିଙ୍ଗରେ ତୁଳସୀ କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୁହଳ। ୭ଶହ ବର୍ଷର ଏ୍ୟ÷ତିହ୍ୟ ବହନ କରୁଥିବା ଏହିପୀଠରେ ପଞ୍ଚୁକ ପାଞ୍ଚଦିନ ଅର୍ଥାତ୍‍ କାର୍ତ୍ତିକ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜା ସାଙ୍ଗକୁ ପ୍ରତ୍ୟେହ ସାଧାରଣ ପୂଜା ପରେ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଅତିପ୍ରୀୟ ତୁଳସୀର ମଞ୍ଜରୀ (ଜଟା) ସହିତ ବେଲପତ୍ର ‘ଲାଗି’(ଚଢ଼ା) ହୋଇଥାଏ। ପ୍ରାୟ୧୫୫୬ ଖ୍ରୀଷ୍ଟାଦ୍ଧରେ ମୟୂରଭଞ୍ଜର ତତ୍କାଳୀନ ରାଜା ବୈଦନାଥ ଭଞ୍ଜ ସିଂହାସନରେ ଅଧିଷ୍ଠିତ ହେବାପରେ ବାରିପଦାରେ ଜଗନ୍ନାଥ ମନ୍ଦିର ନିର୍ମାଣ ସାଙ୍ଗକୁ ମାଣତ୍ରୀ ଶୈବପୀଠରେ ଦଧିବାମନ ରୂପଧାରୀ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ। ପରିଚ୍ଛା ପ୍ରଦୀପ କୁମାର ପଣ୍ଡା କହିବାନୁଯାୟୀ ଏହି ପୀଠ ହରି-ହର ପୀଠ ଭାବେ ଖ୍ୟାତିଲାଭ କରିବା ସହିତ ପ୍ରତି ପଞ୍ଚକରେ ଏଠାରେ ଏପରି ସ୍ୱତନ୍ତ୍ର ପୂଜା ହୋଇ ଆସୁଛି। ଏଥି ସହିତ ପୁରାଣ କଥାନୁଯାୟୀ ପଞ୍ଚୁକରେ ହରି-ହରଙ୍କର ମିଳନ ହେଉଥିବାରୁ ଏପରି ପୂଜା କରାଯାଇଥାଏ ବୋଲି ସେ କହନ୍ତି। ମାଣତ୍ରୀ ପରି ଲିଙ୍ଗରାଜ ଓ କପିଳାସ ଯେଉଁଠାରେ ସ୍ୱୟଂଭୂ (ପ୍ରତିଷ୍ଠା ବା ସ୍ଥାପିତ ହୋଇନଥିବା) ଶୈବପୀଠରେ ହରି-ହର ପୂଜା ପାଉଛନ୍ତି ସେଠାରେ ଏପରି ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଏହି ପୀଠର ଶିବପୂଜାରେ ଏପରି ସ୍ୱତନ୍ତ୍ରତା ପାଇଁ ମାଣତ୍ରୀ ଚଳଚଞ୍ଚଳ ହୋଇଛି। ପଞ୍ଚକ ସମୟରେ ପୀଠରେ ଭକ୍ତଙ୍କ ଭିଡ଼ ସହିତ ଏହି ତୁଳସୀ ‘ଲାଗି’ ଦେଖିବା ପାଇଁ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ମନ୍ଦିର ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ଏହି ଅବସରରେ ସ୍ଥାନୀୟ ବୈଦନାଥ ଯୁବକ ସଂଘ ପକ୍ଷରୁ ୩ଦିନିକିଆ ୮ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ୨୩ତାରିଖରେ ସ୍କୁଲସ୍ତରୀୟ ନୃତ୍ୟ ପ୍ରତିଯୋଗିତା ହେବାକୁ ଥିବା ବେଳେ ୧୪ତାରିଖ ଦଳଗତ(ଗୃପ୍‍) ନୃତ୍ୟ ପ୍ରତିଯୋଗିତା ଓ ୨୫ତାରିଖ ଷ୍ଟାର ନାଇଟ୍‍ କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡା କହିଛନ୍ତି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories