ପାଟଣା: ଆନନ୍ଦପୁର ମାଟିର ପୁଅ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ବିୟୋଗରେ ସାରା ଜିଲ୍ଲା ସ୍ତବ୍ଧ ହୋଇଥିବା ବେଳେ ତାଙ୍କ ବିୟୋଗରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ପୂର୍ବତନ ସାଂସଦ ତଥା ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ମଧ୍ୟ ସୁଶାନ୍ତଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବାସହ ବ୍ୟକ୍ତିଗତ ସ୍ତରରେ ସୁଶାନ୍ତ ଜଣେ ଆଦର୍ଶ ପିଲା ଥିଲେ ବୋଲି କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ମମତା ସିଂ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲ୍ଲା ଯୁବ ବିଜେଡି ଉପସଭାପତି ଏସ୍ କେ ଇମରାନ ସାମାଜିକ କର୍ମୀ କୁଳମଣି ମଣ୍ଡଳ ପ୍ରମୁଖ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Popular Categories



