ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନର ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ଲକ୍ଷ୍ମଣ ମହାନ୍ତ, ସମ୍ମାନିତ ଅତିଥି ଭାବେ ଭି.ବି.ଡି.ଟି.ଏସ୍ ଜଗନ୍ନାଥ ସାହୁ, ଜେ.ଇ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସ୍ବାସ୍ଥ୍ୟ ପରିଦର୍ଶିକା ନୃପତି ନାୟକ, ପିଏଚ୍ଇଓ ସରୋଜିନୀ ସେଠୀ, ବିପିଏମ୍ ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଶୁଭାରମ୍ଭ ପର୍ବରେ ସାମିଲ ଥିଲେ।
Popular Categories



