BJD Bijuli 480×75 Mob

ଆରମ୍ଭରୁ ଶେଷ; ଟାଇଗରଙ୍କ ଜବରଦସ୍ତ ଆକ୍ସନ

BJD Bijuli 480×75 Mob
0

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ବାଗୀ -୨ ଫିଲ୍ମ ଫ୍ରାଇଡେରେ ଆଜି ସିନେମା ଘରେ ମୁକ୍ତିଲାଭ କରିଛି। ୨୦୧୬ରେ ବାଗୀ ମୁକ୍ତିଲାଭ କରିଥିଲା। ଏଥିରେ ଟାଇଗରଙ୍କ ସହ ପ୍ରମୁଖ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିଥିଲେ। ଏହି ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ ଏବଂ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ବାଗୀ-୨ରେ ଟାଇଗରଙ୍କ ସହ ଅଭିନେତ୍ରୀ ଦିଶା ପଟ୍ଟାନୀ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦେଶକ ରହିଛନ୍ତି ଅହମ୍ମଦ ଖାନ। ଟାଇଗର ଓ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍ଡା, ମନୋଜ ବାଜପେୟୀ ଓ ପ୍ରତୀକ ବବର ପ୍ରମୁଖ ବିଭିନ୍ନ ଚରିତ୍ରରେ ନଜର ଆସିଛନ୍ତି।
ବାଗୀ-୨ରେ ଟାଇଗର କ୍ୟାପଟେନ ରଣବୀର ପ୍ରତାପ ସିଂହ ଓ ଦିଶା ନେହା ନାମ୍ନୀ ଯୁବତୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କଲେଜରେ ପାଠପଢ଼ା ସମୟରେ ରଣବୀର ଓ ନେହାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା, ମାତ୍ର ନେହାଙ୍କ ବାପା ଏହାକୁ ବିରୋଧ କଲେ। ପରେ ଦୁହିଁଙ୍କ ମଧ୍ୟରେ ଏମିତି କିଛି ଘଟିଲା ଯେ, ରଣବୀର ଓ ନେହା ଅଲଗା ହୋଇଗଲେ। ନେହାଙ୍କ ବିବାହ ଆଉ କାହା ସହ ହୋଇଗଲା। କିନ୍ତୁ ୪ ବର୍ଷ ପରେ ପୁଣି ଦୁଇ ପ୍ରେମୀଙ୍କ ଭେଟ ହେଲା। ସେତେବେଳକୁ ରଣବୀର ଜଣେ ଆର୍ମି କମାଣ୍ଡୋ। ଏହି ସମୟରେ ନେହା ତାଙ୍କୁ ନିଜ ଝିଅ ଅପହରଣ ଲାଗି ସାହାଯ୍ୟ ମାଗନ୍ତି। ଏହି ପରଠୁ ଫିଲ୍ମର ଗତି ଅଧିକ ରୋମାଞ୍ଚକ ହୋଇଥାଏ। ଫିଲ୍ମରେ ଟାଇଗର କେତେକ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭାରତରେ ୩୫୦୦ଟି ସିନେମା ଘର ଓ ବିଦେଶରେ ୬୨୫ଟି ହଲରେ ବାଗୀ-୨ ମୁକ୍ତିଲାଭ କରିଛି। ୭୫ କୋଟି ବ୍ୟୟରେ ଏହି ଫିଲ୍ମ ନିର୍ମାଣ ହୋଇଛି।

Leave A Reply