www.samajalive.in
Monday, December 15, 2025
24.1 C
Bhubaneswar

ହିଟଲର ଓ ନେପୋଲିୟନ୍‍ଙ୍କଠାରୁ ନିଜକୁ ଶ୍ରେଷ୍ଠ କହିଲେ ଇମ୍ରାନ୍‍

ଇସଲାମାବାଦ୍‍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ନିଜକୁ ହିଟଲର ଓ ନେପୋଲିୟନ୍‍ଙ୍କ ଠାରୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମତ ପରିବର୍ତ୍ତନ କରୁଥିବା ଅଭିଯୋଗର ଉତ୍ତରରେ ଇମ୍ରାନ୍‍ କହିଛନ୍ତି ଯେ ସେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ହିତ ପାଇଁ ଯେଉଁମାନେ ନିଷ୍ପତ୍ତି ନିଅନ୍ତି ନାହିଁ ସେମାନେ ପ୍ରକୃତରେ ନେତା ନୁହନ୍ତି। ରୁଷିଆ ସହିତ ଯୁଦ୍ଧ ବେଳେ ଯଦି ହିଟ୍‍ଲର ଓ ନେପୋଲିୟନ ୟୁଟର୍ଣ୍ଣ ନେଇଥାନ୍ତେ ତେବେ ସେମାନେ ପରାଜୟ ସ୍ୱୀକାର କରି ନ ଥାନ୍ତେ।
ଏହାର ପ୍ରତିକ୍ରିୟାରେ ପାକିସ୍ତାନ ପିପୁଲ୍‍ସ ପାର୍ଟି ନେତା ସୟଦ ଖୁର୍ସିଦ କହିଛନ୍ତି ଯେ ହିଟଲର ଜଣେ ଏକଛତ୍ରବାଦ ଶାସକ ଥିଲେ। ଇମ୍ରାନ୍‍ ତାଙ୍କ ସହିତ ନିଜକୁ ତୁଳନା କରି ଏକଛତ୍ରବାଦ ଶାସକ ଭାବେ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ସେହିପରି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ମୁସଲିମ୍‍ ଲିଗ୍‍ ନୱାଜ୍‍ର ନେତା ଖାୱାଜା ମହମ୍ମଦ କହିଛନ୍ତି ଆସିଫ୍‍ କହିଛନ୍ତି ଯେ ଇମ୍ରାନ୍‍ ନିଜ ଦୋମୁହାଁ ଓ ସୁବିଧାବାଦୀ ନୀତି ଘୋଡ଼ାଇବା ପାଇଁ ଇତିହାସର ଉଦାହରଣ ଦେବା ଉଚିତ ନୁହେଁ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories