www.samajalive.in
Thursday, December 11, 2025
26.1 C
Bhubaneswar

ଦକ୍ଷିଣ ଭାରତର ସବୁଠୁ ଦାମୀ ଅଭିନେତ୍ରୀ ନୟନତାରା

ମୁମ୍ବଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର କିଛି ଶ୍ରେଷ୍ଠ ଓ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ନୟନତାରା ହେଉଛନ୍ତି ଜଣେ। ୧୯୮୪ ମସିହା ନଭେମ୍ବର ୧୮ ତାରିଖ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ନୟନତାରାଙ୍କ ପ୍ରକୃତ ନାମ ‘ଡାୟନା ମରିୟମ କୁରିୟନ’। ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ମନରେ ଏକ ବିଶେଷ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି। ତେବେ ନୟନତାରାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ଆୟ ଓ ସମ୍ପତ୍ତି ବିଷୟରେ –

୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ମାଲାୟାଲମ ଚଳଚ୍ଚିତ୍ର ‘ମନାସୀନାକାଡ଼େ’ ରୁ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ପ୍ରଥମେ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ। ପାଠପଢା ସଙ୍ଗେସଙ୍ଗେ ସମୟ ସମୟରେ ସେ ମଡେଲିଂ କରୁଥିଲେ। ସେହି ସମୟରେ ସେ ‘ମନାସୀନାକାଡ଼େ’ ର ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲେ ଓ ନିର୍ଦ୍ଦେଶକ ତାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ନୟନତାରା ସେହି ପ୍ରସ୍ତାବରେ ରାଜି ହୋଇନଥିଲେ ଓ ଚଳଚ୍ଚିତ୍ର କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ବହୁ ଅନୁରୋଧ ପରେ ସେ ଏହି ଚଳଚ୍ଚିତ୍ର କରିବାକୁ ରାଜି ହୋଇଥିଲେ ଓ ତା’ପରଠାରୁ ଆଉ ପଛକୁ ବୁଲି ଚାହିଁ ନଥିଲେ।

- Advertisement -

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଆକର୍ଷକ ଓ ଲୋକପ୍ରିୟ ଅଭିନେତ୍ରୀ ନୟନତାରା ବର୍ତ୍ତମାନ ସମୟର ସବୁଠୁ ଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ଗୋଟିଏ ଚଳଚ୍ଚିତ୍ର ପାଇଁ ପାରିଶ୍ରମିକ ହିସାବରେ ସେ ୪ରୁ ୫କୋଟି ଦାବି କରିଥାଆନ୍ତି। ନୟନତାରା ଖୁବଶୀଘ୍ର ‘ସଇ ରା ନରସିହ୍ମା ରେଡ୍ଡୀ’ ଚଳଚ୍ଚିତ୍ରରେ ନଜର ଆସିବେ। ଏହାବ୍ୟତୀତ ଆସନ୍ତା ବର୍ଷ ତାଙ୍କୁ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଅଜିତ କୁମାରଙ୍କ ସହ ‘ବିଶ୍ୱାସମ୍‍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ସୂଚନା ଅନୁସାରେ, ନୟନତାରା ୫୦ ସେକେଣ୍ଡର ଏକ ଟିଭି ବିଜ୍ଞାପନର ସୁଟିଂ ପାଇଁ ୫କୋଟି ଟଙ୍କା ପାରିଶ୍ରମିକ ଦାବି କରିଥିଲେ। ଏହି ବିଜ୍ଞାପନର ସୁଟିଂ ଦୁଇ ଦିନ ଧରି ଚାଲିଥିଲା। ନୟନତାରାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ସେ ପାଖାପାଖି ୬୮କୋଟି ଟଙ୍କାର ସମ୍ପତ୍ତିର ମାଲିକ। ଏହାବ୍ୟତୀତ ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ବହୁ ଗାଡ଼ି ମଧ୍ୟ ରହିଛି। ନୟନତାରା ବହୁ ନାମୀଦାମୀ ବ୍ରାଣ୍ଡର ବିଜ୍ଞାପନ ପାଇଁ ମଧ୍ୟ ବହୁ ଟଙ୍କା ଆୟ କରିଥାଆନ୍ତି। ତାଙ୍କର କେରଳ ସ୍ଥିତ ଥିରୁଭ୍‍ଲା ଠାରେ ଏକ ବିରାଟ ବଙ୍ଗଳା ଓ କୋଚ୍ଚିର ପ୍ରେସ୍ଟିଜ୍‍ ନେପ୍‍ଚ୍ୟୁନ୍‍ କୋର୍ଟୟାର୍ଡ଼ ରେ ଏକ ଫ୍ଲାଟ୍‍ ମଧ୍ୟ ରହିଛି।

ନୟନତାରାଙ୍କ ସୁପରହିଟ୍‍ ଚଳଚ୍ଚିତ୍ର ଥିଲା ରଜନୀକାନ୍ତଙ୍କ ‘ଚନ୍ଦ୍ରମୁଖୀ’, ଯାହା ହିନ୍ଦୀରେ ‘ଭୁଲଭୁଲୈୟା’ ନାମରେ ମୁକ୍ତିଲାଭ କରିଥିଲା।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories