ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ପଦୋନ୍ନତି ମାନଦଣ୍ଡରେ କୋହଳ
୧୦ ବର୍ଷ ପରିବର୍ତ୍ତେ ୫ବର୍ଷରେ ଅଧ୍ୟକ୍ଷ, ସହ-ନିର୍ଦ୍ଦେଶକ ବର୍ଗରେ ହେବେ ସାମିଲ
ଭୁବନେଶ୍ୱର: ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ଚାକିରିରେ ପଦୋନ୍ନତି ମାନଦଣ୍ଡକୁ ସରକାର କୋହଳ କରିଛନ୍ତି। ପୂର୍ବରୁ ପଦୋନ୍ନତି ନେଇ ୧୦ବର୍ଷ ସମୟ ସୀମା ରହିଥିଲା। ଏବେ ଏହାକୁ ବଦଳାଇ ୫ବର୍ଷ କରାଯାଇଛି। ଅର୍ଥାତ ୫ବର୍ଷ ଅଭିଜ୍ଞତା ହାସଲ ପରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କୁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ କିମ୍ବା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇଆଣ୍ଡ୍ଏସ୍ସିଇଆରଟି)ର ସହକାରୀ ନିର୍ଦ୍ଦେଶକ ଶ୍ରେଣୀ(ରାଙ୍କ୍)ରେ ସାମିଲ ହେବେ। ରାଜ୍ୟ ସରକାର ବିଚାର ବିମର୍ଷ ପରେ ଏ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏହା ଲାଗୁ କରାଯିବ।
Comments are closed.