www.samajalive.in
Sunday, December 7, 2025
23.1 C
Bhubaneswar

ବସୁନ୍ଧରାଙ୍କ ବିରୋଧରେ ପ୍ରାର୍ଥୀ ହେଲେ ମାନବେନ୍ଦ୍ର

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଜେପିର ପୂର୍ବତନ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ। ମାନବେନ୍ଦ୍ର ଗତ ମାସରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ବସୁନ୍ଧରା ଓ ମାନବେନ୍ଦ୍ର ଝଲରାପତନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ। ଶନିବାର କଂଗ୍ରେସ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବାବେଳେ ମାନବେନ୍ଦ୍ର ଝଲରାପତନରୁ ପ୍ରାର୍ଥୀ ହୋଇଥିôବା ଜଣାପଡିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ସାଧାରଣ ସମ୍ପାଦକ ମୁକୁଲ ୱାଜନିକ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଝଲରାପତନରୁ ବସୁନ୍ଧରାଙ୍କ ବିରୋଧରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ପରେ ମାନବେନ୍ଦ୍ର କହିଛନ୍ତି ଯେ ‘ଏହା ଦଳର ନିଷ୍ପତ୍ତି। ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି ଆହ୍ୱାନକୁ ମୁଁ ମୁକାବିଲା କରିବାକୁ ପ୍ରସ୍ତୁତ।’ ମାନବେନ୍ଦ୍ର ଏବେ ବାରମେର ଜିଲାର ସେଓ ଆସନର ବିଧାୟକ ଅଛନ୍ତି। ୨୦୧୩ରେ ସେ ଏଠାରୁ ବିଜେପି ଟିକଟରେ ବିଜୟୀ ହୋଇଥିଲେ। ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ବିଜେପିରୁ ଇସ୍ତଫା ଦେଇଥିଲେ ଓ ଅକ୍ଟୋବର ୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ବସୁନ୍ଧରା ୨୦୦୩ରୁ ଝଲରାପତନରୁ ବିଜୟୀ ହୋଇ ଆସୁଛନ୍ତି। ଶନିବାର ସେ ଏହି ଆସନରୁ ନିଜର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି। ମାନବେନ୍ଦ୍ରଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରାଯିବା ସମ୍ପର୍କରେ ବସୁନ୍ଧରା କହିଛନ୍ତି ଯେ ‘ଏହା କୌଣସି ବ୍ୟକ୍ତିଗତ ଲଢେଇ ନୁହେଁ। ଏହି ଲଢେଇ ଝଲରାପତନ ଓ ଏହାର ବାସିନ୍ଦାଙ୍କର ଲଢେଇ। ଝଲରାପତନ ମୋର ଘର। ଏଠାକାର ଲୋକ ମୋର ପରିବାର ଲୋକ। ଡିସେମ୍ବର ୭ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୧୧ରେ ଭୋଟ ଗଣତି ହେବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories