www.samajalive.in
Monday, December 15, 2025
24.1 C
Bhubaneswar

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆଲୋଚନା ଚକ୍ର

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି କନିଷ୍ଠ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାଲାମ ଅନୁଷ୍ଠାନ ସହଯୋଗରେ ଯୁବ ସମ୍ବନ୍ଧ ଭାରତ ୨୦୪୭ କୁ ନେଇ ଅଗାମୀ ଦିନରେ ଭାରତ ଏକ ବିକଶିତ ରାଷ୍ଟ୍ର ଗଠନରେ ଯୁବକ ଯୁବତୀଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଲାମ ଅନୁଷ୍ଠାନର ସଭାପତି ବିସିକେସନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ୪ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ ଯୋଗ ଦେଇ ଅଗାମୀ ସ୍ୱାଧୀନତା ୧୦୦ ବର୍ଷ ପୂର୍ତ୍ତି ଅବସରରେ ନିଜର ବହୁମୂଲ୍ୟ ମତବ୍ୟକ୍ତ କରିଥିଲେ। ନେହେରୁ ଯୁବକେନ୍ଦ୍ରର ଜିଲ୍ଲାଯୁବ ଅଧିକାରୀ ନବନିତ କୁମାର ଯୋଗ ଦେଇ ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ, କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ଆଲୋଚକ ଭାବେ ରାଜୀବ ଲୋଚନ ନାଏକ, ଶରତ କୁମାର ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଦେଶ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମହାବିଦ୍ୟାଳୟ ଛାତ୍ରଛତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଳ, ସୀତାକାନ୍ତ ସିଂହ ପରିଚାଲନା କରିଥିବା ବେଳେ, ସ୍ୱେଚ୍ଛାସେବୀ ଚିତ ରଞ୍ଜନ ବେହେରା, ବାମନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories