ଟେସଲାର ନୂଆ ସିଏଫ୍‌ଓ ହେଲେ ଭାରତୀୟ ବୈଭବ ତନେଜା

ନ୍ୟୁୟର୍କ- ଏଲନ୍‌ ମସ୍କଙ୍କ ଟେସଲା କାର୍‌ ଆମେରିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏବେ ଏହାର ସିଏଫ୍‌ଓ ବା ଚିଫ୍‌ ଫିନାସିଂଆଲ୍‌ ଅଫିସର୍‌ ହୋଇଛନ୍ତି ବୈଭବ ତନେଜା । ଅଗଷ୍ଟ ୭ ତିରାଖରେ ଜେଚେରୀ କ୍ରିକ୍‌ହର୍ଣ୍ଣ ଏହି ପଦ ଛାଡିବା ପରେ ବୈଭବଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି ।

prayash

କ୍ରିକ୍‌ହର୍ଣ୍ଣ ଗତ ୪ ବର୍ଷ ଧରି ଟେସଲାର ସିଏଫ୍‌ଓ ଥିଲେ । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେ କମ୍ପାନୀ ସହ ରହିବେ ବୋଲି ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ଟେସଲା ସୋଲାରସିଟିକୁ ଅଧିଗ୍ରହଣ କରିଥିଲା । ଏହାପରେ ତନେଜା ଟେସଲାରେ ଯୋଗ ଦେଇଥିଲେ । ସେ ଚିଫ୍‌ ଆକାଉଣ୍ଟିଂ ଅଫିସର ଭାବେ ସେଠାରେ କାର୍ଯ୍ୟ କରୁଥିଲେ ।

ଗତ ୪ ବର୍ଷ ମଧ୍ୟ ଟେସ୍‌ଲା ଅନେକ ସଫଳତା ହାସଲ କରିଛି ।

Comments are closed.