ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ 

ବାଉଁଶୁଣି : ବୌଦ୍ଧ ବ୍ଲକ ଗୋଛାପଡା ପଂଚାୟତ କାର୍ୟ୍ୟାଳୟରେ ପଂଚାୟତ ସ୍ତରୀୟ ଜଣ ଶୁଣାଣି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ୟ୍ୟାଳୟରେ ସରପଞ୍ଚ ପୁନି ମେହେରଙ୍କ ଅଧ୍ୟକ୍ଷତାରେ ଏହି ପଞ୍ଚାୟତ ସ୍ତରୀୟ ଜଣ ଶୁଣାଣି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ବିଡିଓ କୂଳଦୀପ ମହାନ୍ତି ଉପସ୍ଥିତ ରହି ଅସହାୟ ଗରିବ ମାନଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିଥିଲେ। ଗରିବ ଅସହାୟ ମାନେ ନିଜର ଅଭିଯୋଗ କରିଥିବା ବେଳେ ଯଥା ସମ୍ଭବ ବୌଦ୍ଧ ବିଡିଓ ସହଯୋଗ କରିଥିଲେ। ଏଥିରେ ଉସମିଲକା ଗ୍ରାମରୁ ଆସିଥିବା ଭିନ୍ନକ୍ଷମ ଶ୍ରୀମତୀ ଉମା ଉର୍ମାଙ୍କୁ ୩ଚକିଆ ସାଇକେଲ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ। ଏଥିରେ ସମାଜସେବୀ ଦେବଦତ୍ତ ରଥ ସରପଞ୍ଚଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.