ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ବୈଜାପାଲି ଗ୍ରାମର ଜନୈକ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ନିସ୍ତୁକ ମାଡ ଦେଇ ବାପ-ପୁଅ ଗିରଫ ହୋଇ ଜେଲ୍ ହାଜତକୁ ଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ।
ସୂଚନା ଅନୁଯାୟୀ ବୈଜାପାଲି ଗ୍ରାମର ଖୁଜାର ମାଝି(୫୫)ନାମକ ଜନୈକ ମହିଳା ପାଣି ନେବା ପାଇଁ ଯାଇଥିବା ସମୟରେ ତାଙ୍କୁ ଡାହାଣୀ ବୋଲି ଗାଳିଗୁଲଜ କରି ଗଣେଶ ଖର୍ସେଲ(୫୩)ଏବଂ ତାଙ୍କ ପୁଅ ବିମଳ ଖର୍ସେଲ(୨୨) ନିସ୍ତୁକ ମାଡ ମାରିଥିଲେ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏସଂକ୍ରାନ୍ତ ରେ ପୀଡିତା ଖୁଜାର ମାଝି ଲଇଡା ଫାଣ୍ଡିରେ ଅଭିଯୋଗ କଲା ପରେ ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ ଘଟଣାର ତଦନ୍ତ କରିଥିଲେ। କତରବଗା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଏଥିରେ ସଂପୃକ୍ତ ଥିବା ଗଣେଶ ଓ ବିମଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି।



