www.samajalive.in
Monday, December 15, 2025
15.1 C
Bhubaneswar

ଛାତ୍ରାବାସରେ କୋଠରୀ ନ ମିଳିବା ଘଟଣା, ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ଛାତ୍ର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଏମବିଏ (ଟୁରିଜିମ ଏବଂ ଟ୍ରାଭେଲ ମ୍ୟାନେଜମେଣ୍ଟ)୨ୟ ବର୍ଷରେ ଅଧ୍ୟୟନରତ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ହଷ୍ଟେଲରେ ରୁମ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ମାନସିକ ଭାବେ ହଇରାଣ କରିବା ନେଇ ଦୁର୍ଗା ମାଧବ ପ୍ରଧାନ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଶ୍ରୀ ପ୍ରଧାନଙ୍କ ଅଭିଯୋଗ କ୍ରମେ ତାଙ୍କ ଘର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରୁ ୭୦ କିମି ଦୂର ବମକୋଇ ପଞ୍ଚାୟତ ଅଧିନସ୍ଥ ମଦନମୋହନପୁରରେ ହୋଇଥିବା ବେଳେ ତାଙ୍କୁ ପ୍ରତିଦିନ ଗାଁରୁ ଯିବା ଆସିବାରେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବାହାରେ ରହିଲେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ପ୍ରକାଶ କରିଛନ୍ତି। ଯାହାକୁ ନେଇ ସେ ଗତ ଜୁଲାଇ ମାସରେ ହଷ୍ଟେଲରେ ରୁମ ପ୍ରଦାନ ନିମନ୍ତେ ନିଜ‌‌ ବିଭାଗୀୟ ମୁଖ୍ୟଙ୍କ ଜରିଆରେ ହଷ୍ଟେଲ ଓ୍ବାର୍ଡନଙ୍କ ସମେତ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହଷ୍ଟେଲରେ ରୁମ ଖାଲି ନଥିବା ସହ ଆବେଦନ କରିବାର ୨୦ ଦିନ ପରେ ଶ୍ରୀ ପ୍ରଧାନଙ୍କୁ ଅବଗତ କରାଯାଇଥିଲା।

ଏହା ଜଣାପଡ଼ିବା ପରେ ଶ୍ରୀ ପ୍ରଧାନ ନିଜର ଅଭିଯୋଗ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାକ୍ଷାତ କରି ନିଜର ଅସୁବିଧା ଜଣାଇବାକୁ ଚାହିଁଥିଲେ ସୁଦ୍ଧା କୁଳପତି ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିବାକୁ ମନା କରି ଦେଇଥିଲେ ଏବଂ ପିଅନ ମାଧ୍ୟମରେ ହଷ୍ଟେଲ ଓ୍ବାର୍ଡନ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ହିଁ ଶେଷ ନିଷ୍ପତ୍ତି ବୋଲି ଛାତ୍ର ଶ୍ରୀ ପ୍ରଧାନଙ୍କୁ କୁହାଯାଇଥିଲା। ଏହି ଘଟଣା ପରେ ଶ୍ରୀ ପ୍ରଧାନ ବାଧ୍ୟ ହୋଇ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ନିଜର ଅଭିଯୋଗ ଦାଖଲ କରିଥିଲେ। ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ ଏହା ନେଇ ଗତ ୪ ତାରିଖରେ ୩୧୫/୨୩ ରେ ଅଭିଯୋଗକୁ ଗ୍ରହଣ କରିଥିବା ଜଣାପଡିଛି। ଘଟଣା ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଶୁଶାନ୍ତ କୁମାର ବରାଳଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବାଳକ ହଷ୍ଟେଲରେ କୌଣସି ରୁମ ଖାଲି ନଥିବା ଯୋଗୁ ଛାତ୍ର ଶ୍ରୀ ପ୍ରଧାନଙ୍କୁ ରୁମ ଦେଇ ହେଲା ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories