ରେଙ୍ଗାଲିକ୍ୟାମ୍ପ: ଓସ୍ଵାନ ସଂସ୍ଥା ସାରା ରାଜ୍ୟରେ ନେଟ ୱାର୍କିଙ୍ଗର ମେରୁଦଣ୍ଡ ସ୍ୱରୂପ କାମ କରେ। ହେଲେ ଓସ୍ଵାନ୍ ଏହାର ଠିକ୍ ଭାବରେ ରକ୍ଷଣାବେକ୍ଷଣ କରି ନଥିବାରୁ ୭ ଦିନ ହେଲା ଅତାବିରା ତହସିଲ ଅଫିସର କାମ ବନ୍ଦ ହୋଇ ପଡ଼ି ରହିଛି। ତହସିଲର ୧୯ଟି ରାଜସ୍ବ ବିଭାଗର କାମ ବ୍ୟତୀତ ସ୍କୁଲ୍ କଲେଜ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ କାମ, ପଞ୍ଜିକରଣ, ମ୍ୟୁଟେଶନ ଆଦି ସମସ୍ତ କାମ ହୋଇ ପାରୁନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଓସ୍ବାନର ଟ୍ରାନ୍ସମିଶନ ଓ ଓସ୍ଵାନ କନିଷ୍ଠ ଟେଲିକମ ଅଧିକାରୀଙ୍କୁ ମଧ୍ୟ ତହସିଲଦାର ଅଭିଯୋଗ କରି ସାରିଛନ୍ତି। ହେଲେ ଜଣକୁ ଫୋନ କଲେ ଆଉ ଜଣକ ଉପରେ ଦୋଷ ଲଦି ଦେଇ ଫୋନକୁ ଅନ୍ୟ କାହାକୁ ଧରେଇ ଦେଇ ନିଜ ନିଜ ଦୋଷରୁ ଓହରି ଯାଉଛନ୍ତି ବୋଲି ଅତିରିକ୍ତ ତହସିଲଦାର ରଞ୍ଜନ ଦାସ ପ୍ରକାଶ କରିଛନ୍ତି।
Popular Categories



