www.samajalive.in
Sunday, December 7, 2025
18.1 C
Bhubaneswar

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପିପିଲି : ପିପିଲି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସଡକ ସୁରକ୍ଷା ନିୟମ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶନିବାର ଦିନ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ନୀଳକଣ୍ଠ ନୋଡାଲ ୟୁପି ସ୍କୁଲ, ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ, ହରିଅନ୍ତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆରୁହା ୟୁଜିୟୁପି ସ୍କୁଲ, ଅଡଙ୍ଗପଡା ପ୍ରାଥମିକ ବିଦ୍ୟାଳୟ, କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟ, ବାଲୁଙ୍କେଶ୍ୱର ୟୁପି ସ୍କୁଲ, ସିଉଳା ପ୍ରାଥମିକ ବିଦ୍ୟାଳୟ, କୁଞ୍ଜର ପ୍ରାଥମିକ ବିଦ୍ୟାଳୟ, ତଲଉ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ହାଇସ୍କୁଲ, ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟ, ସଦସ୍ୟାଙ୍କୁ ସଡକ ସୁରକ୍ଷା ନିୟମ ତଥା ସିଗ୍‌‌ନାଲ ଲାଇଟ୍‌‌, ଟ୍ରାଫିକ୍‌‌ ସାଇନବୋର୍ଡ, ଜେବ୍ରା କ୍ରସିଂ, ଗାଡି ଚଳାଇବା ସମୟରେ ହେଲ୍‌‌ମେଟ୍‌‌ ପରିଧାନ କରିବା, ମୋବାଇଲ୍‌‌ ବ୍ୟବହାର ନକରିବା, ଗାଡିର ବେଗ କମ୍‌‌ ରଖିବା, ରାସ୍ତା ଅତିକ୍ରମ କରିବା ସମୟରେ ବାମ ଓ ଡାହାଣ ପାଶ୍ୱର୍କୁ ଭଲ ଭାବେ ଦେଖିବା, ଆମ୍ବୁଲାନ୍ସ ଓ ଦମକଳ ଗାଡିକୁ ରାସ୍ତା ଛାଡିଦେବା ଆଦି ସମସ୍ତ ନିୟମ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା ନିୟମ ସଂପର୍କିତ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ନିକଟବର୍ତ୍ତି ଗ୍ରାମ ପରିକ୍ରମା କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ପଥପ୍ରାପ୍ତ ନୃତ୍ୟ ପ୍ରଦର୍ଶନ ପୂର୍ବକ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦପୁର କ୍ଲଷ୍ଟରର ସିଆର୍‌‌ସିସି ଚିନ୍ତାମଣୀ ଓଝା ପରିଚାଳନା କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories