www.samajalive.in
Saturday, December 6, 2025
26.1 C
Bhubaneswar

ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତିବା ବେଳେ ଅଘଟଣ ; ଶ୍ରମିକ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ଅଘଟଣ ଘଟିଛି । ୩୩ କେଭି ବିଦ୍ୟୁତ୍‍ ଆଘାତରେ ଏକ ଘରୋଇ ଠିକା ସଂସ୍ଥାର ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକଙ୍କ ନାମ କାହ୍ନୁ ଓ ବୟସ ୩୦ ହୋଇଥିବା ବେଳେ ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ନିକଟବର୍ତ୍ତୀ ବୀରପୁରୁଷୋତ୍ତମପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି ।

ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..

- Advertisement -

ସୂଚନା ଅନୁଯାଇ, ଭୁବନେଶ୍ୱରର ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଡିଭାଇଡର ମଝିରେ ଆଜି ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତା ଯାଉଥିଲା । ମଧ୍ୟାହ୍ନ ଗୋଟାଏ ସମୟରେ ବାଇପାସ ରାସ୍ତାର ତରାକାଜ ନିକଟରେ ଏକ ହାଇଡ୍ରା ମେସିନ୍‍ ଦ୍ୱାରା ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟିକୁ ଉପରକୁ ଉଠାଯାଉଥିବା ବେଳେ ସେଠାରେ ରାସ୍ତା ଉପରେ ଥିବା ୩୩ କେଭି ବିଦ୍ୟୁତ୍‍ ତାରରେ ଉକ୍ତ ଖୁଣ୍ଟି ଲାଗି ଯାଇଥିଲା । ଫଳରେ ଖୁଣ୍ଟିକୁ ଧରିଥିବା ଶ୍ରମିକ ଜଣକ ବିଦ୍ୟୁତ୍‍ ଆଘାତରେ ଗୁରୁତର ହୋଇପଡିଥିଲେ। ତାଙ୍କ ଦୁଇ ହାତ ସମେତ  ଶରୀରର ବାମପାଶ୍ୱର୍ ତଥା ଛାତି, ଜଙ୍ଘ, ଗୋଡ ଆଦି ଜଳି ଯାଇଥିବା ପରିଲକ୍ଷିତ ହୋଇଛି। ତାଙ୍କୁ ପିପିଲି ଓ ପରେ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି । ଉକ୍ତ ଠିକା ସଂସ୍ଥା ପକ୍ଷରୁ ଟିପିସିଓଡିଏଲ୍‍ ଠାରୁ କୌଣସି ଅନୁମତି ନିଆଯାଇନଥିବା ବେଳେ ଆଜି ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ୍‍ ବିଭାଗକୁ ଅବଗତ ମଧ୍ୟ କରାଯାଇନଥିବା ଜଣାଯାଇଛି । ବିଦ୍ୟୁତ୍‍ ଦୁର୍ଘଟଣା ଘଟିବା ପରେ ସମଗ୍ର ପିପିଲି ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ବନ୍ଦ ହୋଇରହିଥିଲା । ଘଟଣା ସ୍ଥଳରେ ପିପିଲି ବିଦ୍ୟୁତ୍‍ ବିଭାଗର ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁଙ୍କ ସମେତ ଟିପିସିଓଡିଏଲ୍‍ ଅଧିକାରୀମାନେ ପହଞ୍ଚି ଥିଲେ । ୩୩ କେଭି ଲାଇନ୍‍ରେ ଲାଗି ରହିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟିକୁ କାଢିବା ପରେ ମଧ୍ୟାହ୍ନ ୨ଟା ୫୦ମିନିଟ୍‍ ରେ ପିପିଲିକୁ ବିଦ୍ୟୁତ୍‍ ସରବରାହ ସ୍ୱାଭାବିକ ହୋଇଥିଲା । ଏହି ଘଟଣାକୁ ନେଇ ଉକ୍ତ ଠିକା ସଂସ୍ଥା ବିରୋଧରେ ପୁଲିସରେ ଲିଖିତ ଅଭିଯୋଗ କରାଯିବ ବୋଲି ପିପିଲି ବିଦ୍ୟୁତ୍‍ ବିଭାଗର ଉପଖଣ୍ଡ ଅଧିକାରୀ ଶ୍ରସାହୁ ସୂଚନା ଦେଇଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories