www.samajalive.in
Saturday, December 6, 2025
19.1 C
Bhubaneswar

ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..

ନୂଆଦିଲ୍ଲୀ : କେରଳରେ ଏକ ବିଶେଷ ପ୍ରକାର ସଂକ୍ରମଣ କାରଣରୁ ଜଣେ ୫ ବର୍ଷ ନାବାଳିକାର ଜୀବନ ଚାଲି ଯାଇଥିଲା।
ସେ ପ୍ରାଥମିକ ଏମୋବିକ୍ ମେନିଙ୍ଗୋଏନ୍ସଫାଲାଇଟିସ୍ (PAM) ପାଇଁ ଚିକିତ୍ସିତ ହେଉଥିଲେ। (Naegleria fowleri) ନାଗେଲେରିଆ ଫାଉଲେରୀ ଦ୍ୱାରା ଏହା ଏକ ବିରଳ ସଂକ୍ରମଣ, ଯାହା ‘ମସ୍ତିଷ୍କ ଖାଉଥିବା ଏମିବା’ । ଏହି ସଂକ୍ରମଣ ପୂର୍ବରୁ ଅନେକ ଲୋକଙ୍କ ଜୀବନ ନେଇ ସାରିଛି। ଏହି ମସ୍ତିଷ୍କ ଖାଉଥିବା ଏମିବା ସମସ୍ତ ମହାଦେଶରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଭାରତ ସମେତ ୧୬ରୁ ଅଧିକ ଦେଶରେ ଏହା (PAM) ପିଏଏମର କାରଣ ବୋଲି ଘୋଷଣା କରାଯାଇଛି।

ଆମେରିକୀୟ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ (ସିଡିସି) ଅନୁଯାୟୀ, ନାଗେଲେରିଆ ଫାଉଲେରୀ ଉଷୁମ ପାଣି ଥିବା ସ୍ଥାନରେ ଶୀଘ୍ର ବ୍ୟାପିଥାଏ। ଏହା ନାକ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରେ ଏବଂ ତା’ପରେ ମସ୍ତିଷ୍କରେ ପହଞ୍ଚେ। ଧୀରେ ଧୀରେ ଏହା ମସ୍ତିଷ୍କକୁ ନଷ୍ଟ କରିଦିଏ ଏବଂ ଶେଷରେ ବ୍ୟକ୍ତି ମରିଯାଏ।

- Advertisement -

ଏହା ଏକ ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ ଯାହା ନାଗେଲେରିଆ ଫାଉଲେରୀ ଦ୍ୱାରା ହୋଇଥାଏ। ନାଗଲେରିଆ ଫାଉଲେରୀ ଏକ ମୁକ୍ତ-ଜୀବନ୍ତ, ଏକକ କୋଷ ବିଶିଷ୍ଟ ଜୀବ। ଏହା ସମଗ୍ର ବିଶ୍ୱରେ ଉଷୁମ ମଧୁର ଜଳ ଏବଂ ମାଟିରେ ମିଳିଥାଏ । ଏହା ନାକ ଦେଇ ଶରୀରକୁ ପ୍ରବେଶ କରି ଲୋକଙ୍କୁ ସଂକ୍ରମିତ କରେ । ହ୍ରଦ ଏବଂ ନଦୀ, ସୁଇମିଂ ପୁଲ୍, ପାର୍କ ପରି ସ୍ଥାନ ଗୁଡିକରେ ନାଗଲେରିଆ ଫାଉଲେରୀ ଏମିବା ଦେଖିବାକୁ ମିଳେ। ସ୍ୱଚ୍ଛତା ଅଭାବ, ସଠିକ ରକ୍ଷଣାବେକ୍ଷଣ ନ କରିବାରୁ ବିଭିନ୍ନ ସ୍ଥାନରେ ଏହି ପରି ଏମିବା ଦେଖାଯିବାର ସମ୍ଭାବନା ଅଧିକ।

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

ସାଧାରଣତଃ ଏହା ପହଁରିବା ଓ ଗାଧୋଇବା ସମୟରେ ନାକ ଦେଇ ଶରୀରକୁ ପ୍ରବେଶ କରେ। ତା’ପରେ ଏହା ମସ୍ତିଷ୍କରେ ପହଞ୍ଚି କୋଷକୁ ନଷ୍ଟ କରିବା ଆରମ୍ଭ କରେ। ଏହି ଏମିବା ମସ୍ତିଷ୍କରେ ଫୁଲିଯାଏ। କୋଜିକୋଡେ (କେରଳ) ମାମଲାରେ କୁହାଯାଉଛି ଯେ ଝିଅଟି ସ୍ଥାନୀୟ ନଦୀରେ ଗାଧୋଇବା ସମୟରେ ସଂକ୍ରମିତ ହୋଇଥିଲା। ମେ ୧ରେ, ଅନ୍ୟ ଚାରି ପିଲା ମଧ୍ୟ ନଦୀରେ ଗାଧୋଇଥିଲେ, ମାତ୍ର ସେମାନେଙ୍କ ନିକଟରେ ଏହି ଲକ୍ଷଣ ନଥିଲା। ପରୀକ୍ଷା କରାଯିବା ପରେ ରିପୋର୍ଟ ମଧ୍ୟ ନକରାତ୍ମକ ଥିଲା।
ନାଗଲେରିଆ ଫାଉଲେରୀ ସଂକ୍ରମଣ ପିଇବା ପାଣି ଦ୍ୱାରା ହୁଏ ନାହିଁ । ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପି ନଥାଏ ।

ପ୍ରାରମ୍ଭିକ ପର୍ୟ୍ୟାୟରେ ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି ଭଳି ଲକ୍ଷଣ ଦେଖାଯାଏ। ପରେ ରୋଗୀର ବେକରେ ସମସ୍ୟା ଦେଖାଯାଏ। ରୋଗୀ ମଧ୍ୟ କୋମା ଅବସ୍ଥାରେ ଯାଇପାରନ୍ତି । ଆମେରିକାର ସିଡିସି ଅନୁଯାୟୀ, ‘ (PAM) ଥିବା ଅଧିକାଂଶ ଲୋକ ଲକ୍ଷଣ ଆରମ୍ଭ ହେବାର ୧ ରୁ ୧୮ ଦିନ ମଧ୍ୟରେ ମୃତ୍ୟୁ ବରଣ କରନ୍ତି। ସାଧାରଣତଃ ୫ ଦିନ ପରେ ରୋଗୀ କୋମା ଭିତରକୁ ଯାଏ କିମ୍ବା ମରିଯାଏ।

ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..

ସଂକ୍ରମଣ ଅତି ଶୀଘ୍ର ବୃଦ୍ଧି ପାଇଥାଏ। ବୈଜ୍ଞାନିକ ମାନେ ଏହାର କୌଣସି ପ୍ରଭାବଶାଳୀ ଚିକିତ୍ସା ଏପର୍ଯ୍ୟନ୍ତ ପାଇ ନାହାଁନ୍ତି। କିଛି ସ୍ୱତନ୍ତ୍ର ଟିକା ଦ୍ୱାରା ଏହା ଚିକିତ୍ସା କରାଯାଏ।

ଦେଖନ୍ତୁ ଭିଡିଓ ; ବାରାଣସୀ ଚାଟ୍ ଦୋକାନରେ ନୀତା ଅମ୍ବାନୀ, ଆଳୁ ଚାଟ୍ ଖାଇ ଏମିତି କହିଲେ..

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୦ ଟି (PAM) ମାମଲା ରୁଜୁ ହୋଇଛି। କୋଜିକୋଡେ ମାମଲା ହେଉଛି କେରଳରୁ ଆସିଥିବା ସପ୍ତମ ମାମଲା। ଗତ ବର୍ଷ ଜୁଲାଇରେ, ଆଲାପୁଜାର ଜଣେ ୧୫ ବର୍ଷ ବୟସ୍କ ଯୁବକଙ୍କର (PAM)ରେ ମୃତ୍ୟୁ ହୋଇଥିଲା। କେରଳରେ (PAM)ର ପ୍ରଥମ ମାମଲା ୨୦୧୬ ରେ ଆଲାପୁଜା ଠାରୁ ଆସିଥିଲା। ଏହା ପରେ ମାଲାପୁରମ୍, କୋଜିକୋଡେ ଏବଂ ଥ୍ରୀସୁରରେ ମାମଲା ରୁଜୁ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories