www.samajalive.in
Saturday, December 6, 2025
16.1 C
Bhubaneswar

ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..

ନୂଆଦିଲ୍ଲୀ : ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି, ଶରୀରରେ ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରାଖଣ୍ଡରେ ଘଟିଛି। ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦର ବିମାନ ଟ୍ରାଫିକ୍ କଣ୍ଟ୍ରୋଲ ଟିମ୍ ରେ କାମ କରୁଥିବା ସହକାରୀ ମ୍ୟାନେଜର ଆଶିଷ ଚୌସଲ (୩୫)ମହିଳା ବେଶରେ ଆତ୍ମହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଛି।ଆଶିଷଙ୍କ ମୃତ୍ୟୁ ହତ୍ୟା କିମ୍ବା ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ୍ୟୁର ପଛରେ ଥିବା ରହସ୍ୟ ଖୋଜିବା ସହ ତଦନ୍ତ ଜାରି ରଖିଛି। ମାତ୍ର ଆଶିଷଙ୍କ ଏଭଳି ମହିଳାଙ୍କ ବେଶ ଦେଖି ତାଙ୍କ ସହକର୍ମୀ ଓ ବନ୍ଧୁବାନ୍ଧବ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେମାନେ ପୁଲିସ ଆଗରେ କହିଛନ୍ତି, ଆଶିଷଙ୍କ ଏଭଳି ରୂପ ସେ ପୂର୍ବରୁ କେବେ ଦେଖି ନଥିଲେ।

ବାରଙ୍ଗରେ ଖଣି ବିଭାଗର ଚଢଉ ଜାରି ; ୩ ଦିନରେ ୧୦ ଗାଡି ଜବତ

- Advertisement -

ଆଶିଷଙ୍କ ମୃତଦେହ କକ୍ଷରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମାତ୍ର ମହିଳାଙ୍କ ବେଶରେ ଏଭଳି ଆତ୍ମହତ୍ୟା କରିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୩୫ ବର୍ଷୀୟ ଆଶିଷ ପିଥୌରାଗଡର ବାସିନ୍ଦା ଥିଲେ। ସେ ବିମାନବନ୍ଦର ପରିସରରେ ସରକାରୀ ଆବାସରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ନିଜ ବନ୍ଧୁଙ୍କ ସହ ପ୍ରାୟ ରାତି ୧୦ଟା ପର୍ଯ୍ୟନ୍ତ ଥିଲେ। ଏହାପରେ ଶୋଇବାକୁ ପଳାଇଥିଲେ। ସକାଳେ ସାଙ୍ଗ ଯେତେ କବାଟ ବାଡେଇଲେ କେହି ଖୋଲିନଥିଲେ। ଏହାପରେ କବାଟ ଖୋଲିବା ପରେ ଭିତର ଦୃଶ୍ୟ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଗଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories